କୋଟିଆରେ ଆନ୍ଧ୍ରର ବିଭିନ୍ନ ଯୋଜନା ନେଇ ଲୋକଙ୍କୁ ବୁଝାଇଲେ ଆନ୍ଧ୍ର ଉପ-ମୁଖ୍ୟମନ୍ତ୍ରୀ ରାଜନ୍ନା ଦୋରା, ଚୁପ୍ ବସିଛି ଓଡ଼ିଶା
କୋରାପୁଟ( ଓଡ଼ିଆ ନ୍ୟୁଜ୍): ଯେତେବେଳେ ଜବାବ୍ ଦେବା କଥା ସେତେବେଳେ ଚୁପ୍ ରହିଲେ ଓଡ଼ିଶା ସରକାର । ଆଉ ଏବେ ଆନ୍ଧ୍ର ମୁହଁ ଭାରି ଟାଣ । ବାରମ୍ବାର ତାଗିଦ ଓ ବିରୋଧ ପରେ ନିଜ ଶୋଭାବରେ ପରିବର୍ତ୍ତନ ଆଣୁନି ଆନ୍ଧ୍ର। କେତେବେଳେ ନେତା ତ ଆଉ କେତେବେଳେ ଅଫିସରମାନେ କୋଟିଆରେ ଅବାଧ ପ୍ରବେଶ କରୁଛନ୍ତି । ଖାଲି ପ୍ରବେଶ କରୁନାହାନ୍ତି କୋଟିଆ ଲୋକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାରର ପ୍ରଲୋଭନ ମଧ୍ୟ ଦେଖାଉଛନ୍ତି । ଏଥାର କିନ୍ତୁ ଅଫିସର କି ମନ୍ତ୍ରୀ ନୁହେଁ, ବରଂ ଖୋଦ୍ ଆନ୍ଧ୍ରର ଉପ-ମୁଖ୍ୟମନ୍ତ୍ରୀ ରାଜନ୍ନା ଦୋରା କୋଟିଆ ଗସ୍ତ କରିଛନ୍ତି। ଏହି ଗସ୍ତ ବେଳେ ଆନ୍ଧ୍ରର ବିଭିନ୍ନ ଯୋଜନା ନେଇ ଲୋକଙ୍କୁ ବୁଝାଉଥିବା ଭିଜୁଆଲ ସାମ୍ନାକୁ ଆସିଛି ।
ସେପଟେ କୋଟିଆ ହାତେଇବାକୁ ନିଇତି ନୂଆ ନୂଆ ଫନ୍ଦା ଆପଣଉଛି ଆନ୍ଧ୍ର । ଏପଟେ କୋର୍ଟଙ୍କ ଉପରେ ଛାଡ଼ିଦେଇ ହାତବନ୍ଦି ଚୁପ୍ ବସିଛି ଓଡ଼ିଶା । ନେରିଡ଼ି ବାଲାଶାରେ ଆନ୍ଧ୍ର ପକ୍ଷରୁ ବିଭିନ୍ନ ଯୋଜନା ଆରମ୍ଭ ହୋଇଥିଲେ ବି ସ୍ଥାନୀୟ ପ୍ରଶାସନ ଏନେଇ ଚୁପ୍ ବସିଛି । କୋଟିଆ ଲୋକଙ୍କୁ ଣଝଜ ବୀମା ଯୋଜନାରେ ସାମିଲ୍ ମଧ୍ୟ କରାଯାଇଛି । ଆନ୍ଧ୍ରର ଉପ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ତିବ୍ର ବିରୋଧ କରିଛନ୍ତି ପଟାଙ୍ଗି ବିଧାୟକ ପିତମ ପାଢ଼ୀ । କୋଟିଆକୁ ଲୁଚିଲୁଚି ନଆସିବାକୁ ସେ ତାଗିଦ୍ କରିଛନ୍ତି ।