ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଉପରେ ପୁଣି ଆକ୍ରମଣ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅଷ୍ଟ୍ରେଲିଆରେ ପୁଣି ହିନ୍ଦୁ ମନ୍ଦିର ଉପରକୁ ଆକ୍ରମଣ । ଖଲିସ୍ତାନୀ ସମର୍ଥକମାନେ କ୍ରମାଗତଭାବେ ହିନ୍ଦୁ ମନ୍ଦିରଗୁଡ଼ିକୁ ଟାର୍ଗେଟ୍ କରିବାରେ ଲାଗିଛନ୍ତି । ସୋମବାରଦିନ କାରମ ଡନସଠାରେ ଥିବା ଶିବବିଷ୍ଣ ମନ୍ଦିରରେ ଖଲିସ୍ତାନୀ ସମର୍ଥକମାନେ ଭଙ୍ଗାରୁଜା କରିବା ସହ ହିନ୍ଦୁ ବିରୋଧୀ ସ୍ଲୋଗାନ ଲେଖିଥିଲେ । ଗତ ଏକ ସପ୍ତାହ ମଧ୍ୟରେ ହିନ୍ଦୁ ମନ୍ଦିର ଉପରେ ଏହା ହେଉଛି ୨ୟ ଆକ୍ରମଣ ।

ମକର ସଂକ୍ରାନ୍ତିରେ ଆରମ୍ଭ ହେଉଥିବା ତାମିଲ ପର୍ବ ଥାଇ ପୋଙ୍ଗଲ ଉପଲକ୍ଷେ ଶ୍ରଦ୍ଧାଳୁମାନେ ମଙ୍ଗଳବାରଦିନ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବାବେଳେ ମନ୍ଦିରରେ ଭଙ୍ଗାରୁଜା ଓ କାନ୍ଥରେ ହିନ୍ଦୁ ବିରୋଧୀ ସ୍ଲୋଗାନ ଲେଖାଯାଇଥିବା ଦେଖିବାକୁ ପାଇଥିଲେ । ଏହା ଦେଖିବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ଓ ସେମାନେ ଏହା ବିରୋଧରେ ପୁଲିସରେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.