ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦିଲ୍ଲୀ ଅଧ୍ୟାଦେଶକୁ ନେଇ ଚଳିତ ମୌସୁମୀ ଅଧିବେଶନରେ ଅନେକ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଏହାପରେ ଆେଉ ଏକ ବିବାଦୀୟ ବିଲ୍ ସଂସଦରେ ଆଗତ ହୋଇଛି । ନିର୍ବାଚନ କମିସନର ନିଯୁକ୍ତିରେ ସୁପ୍ରିମକୋର୍ଟଙ୍କ ରାୟକୁ କେନ୍ଦ୍ରର ଚ୍ୟାଲେଞ୍ଜ । ଦିଲ୍ଲୀ ସେବାକୁ ବିଲକୁ ଚ୍ୟାଲେଞ୍ଜ କରି ନୂଆ ବିଲ୍ ସଂସଦରେ ପାରିତ ହୋଇଛି । ଆଉ ଏହାପରେ ସଂସଦରେ ଆଗତ ହୋଇଛି ନିର୍ବାଚନ କମିଶନର ନିଯୁକ୍ତି ସଂକ୍ରାନ୍ତୀୟ ବିଲ୍ । ଆଗତ ହୋଇଥିବା ନୂଆ ବିଲ ଅନୁଯାୟୀ ମୁଖ୍ୟ ନିର୍ବାଚନ କମିଶନର ଓ ପ୍ୟାନେଲର କମିଶନରମାନଙ୍କୁ ଏଣିକି କେନ୍ଦ୍ର ସରକାର ନିଜ ଇଚ୍ଛାରେ ନିଯୁକ୍ତି ଦେବେ ।
କାରଣ ନିର୍ବାଚନ କମିଶନର ଚୟନ ପାଇଁ ଗଠିତ କମିଟିରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରହିବେ ନାହିଁ । ଗତ ମାର୍ଚ୍ଚ ମାସରେ ସୁପ୍ରିମକୋର୍ଟଂକ ୫ ଜଣିଆ ଖଣ୍ଡପୀଠ ରୁଲିଂ ଦେଇଥିଲେ । ଯେଉଁଥିରେ ୩ ଜଣିଆ କମିଟି ନିର୍ବାଚନ କମିଶନର ନିଯୁକ୍ତିରେ ରହିବେ ବୋଲି ଉଲ୍ଲେଖ ଥିଲା । ଯେଉଁଥିରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିବେ, ବିରୋଧୀ ଦଳର ନେତା ଏବଂ ପ୍ରଧାନ ବିଚାରପତି ରହିବେ । ଏବେ କିନ୍ତୁ କେନ୍ଦ୍ର ସରକାରେ ଯେଉଁ ନୂଆ ବିଲ୍ ଆଣିଛନ୍ତି ସେହି ନିଯୁକ୍ତି କମିଟିରେ ପ୍ରଧାନ ବିଚାରପତି ନାହାନ୍ତି ।