ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ହାଇଦ୍ରାବାଦରୁ ଏକ ଭଲ ଖବର ଆସିବାକୁ ଯାଉଛି । ବିଶ୍ବ ପ୍ରସିଦ୍ଧ ଆପଲ୍ କମ୍ପାନି ଭାରତରେ ନିଜର ଲୋକପ୍ରିୟ ଆଇପଡ୍ ଇୟର ବଡ୍ ଉତ୍ପାଦନ କରିବ । ହାଇଦ୍ରାବାଦଠାରେ ଥିବା ଫକ୍ସକନ କାରଖାନାରେ ଏହାର ଉତ୍ପାଦନ ହେବ । ତାଇଓ୍ବାନର କମ୍ପାନି ଆପଲ ପାଇଁ ବିଭିନ୍ନ ସାମଗ୍ରୀ ନିର୍ମାଣ କରିଥାଏ । ଫକ୍ସକନ୍ ହାଇଦ୍ରାବାଦରେ ୪୦୦ ନିୟୁତ ଡଲାର ବିନିମୟରେ ଏକ କାରଖାନା ସ୍ଥାପନ କରୁଛି । ଆସନ୍ତା ବର୍ଷ, ଅର୍ଥାତ ୨୦୨୪ ଡିସେମ୍ବର ସୁଦ୍ଧା ଏହା ଉତ୍ପାଦନ ଆରମ୍ଭ କରିବ । ଏଠାରେ ଆପର ଆଇଫୋନ ସହ ଆଇପଡ୍ ଇୟରବଡ୍ ବି ଉତ୍ପାଦନ ହେବ।
ସୂଚନାଯୋଗ୍ୟ ଯେ ଆପଲ୍ କମ୍ପାନି ଚେନ୍ନାଇଠାରେ ବି ଏକ କାରଖାନା ସ୍ଥାପନ କରିଛି । ଏହି କାରଖାନାଟି ଚେନ୍ନାଇ ନିକଟସ୍ଥ ଶ୍ରୀପେରୁମବୁଦୁରଠାରେ ଏହି କାରଖାନା ସ୍ଥାପନ କରାଯାଇଛି । ଏହି କାରଖାନାରେ ଆଇଫୋନ-୧୪ ନିର୍ମାଣ ହେବ । ଗତବର୍ଷ କମ୍ପାନି ଏହି ଫୋନ ଲଞ୍ଚ୍ କରିବା ପରେ ଘୋଷଣା କରିଥିଲା ଯେ ଏହା ଭାରତରେ ଉତ୍ପାଦନ ହେବ । ଆପଲ କମ୍ପାନି ଗତ ୨୦୧୭ରୁ ଭାରତରେ ତାହାର କେତେକ ହାଣ୍ଡସେଟ୍ ଆସେମ୍ବଲ କରୁଛି ।