ଜାମିନ ଅବଧି ବୃଦ୍ଧି ଆବେଦନ ଖାରଜ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହେବନି ଜାମିନ ଅବଧି ବୃଦ୍ଧି।  ଦିଲ୍ଲୀର ମଦ ନୀତି ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନର ସାତ ଦିନ ବୃଦ୍ଧି ପାଇଁ ଅନୁରୋଧ ଶୁଣାଣି କରିବେ ନାହିଁ ସୁପ୍ରିମ‌କୋର୍ଟ। ଅଦାଲତ ଏହି ଆବେଦନକୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି।  ପ୍ରକୃତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ନିଜ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ମଧ୍ୟବର୍ତ୍ତିକାଳୀନ ଜାମିନ ଅବଧିକୁ ଆଉ ୭ ଦିନ ପାଇଁ ବୃଦ୍ଧି କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ଏଥିସହ ଏହି ଆବେଦନର ତୁରନ୍ତୁ ଶଣାଣି କରିବାକୁ ସେ କୋର୍ଟକୁ ଗୁହାରି କରିଥିଲେ। ତେବେ ତାଙ୍କର ଏହି ଆବେଦନକୁ ସୁପ୍ରିମକୋର୍ଟ ତତ୍‌ତ୍କାଳ ଶୁଣାଣି କରିବାକୁ ମନା କରିବା ସହ ଖାରଜ କରିଦେଇଛନ୍ତି। ଏହାଛଡ଼ା ଶୁଣାଣି ପାଇଁ ଏହି ଆବେଦନକୁ ଭାରତର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ନିକଟକୁ ପଠାଯାଇଛି। ଆମ୍ ଆଦମୀ ପାର୍ଟି (ଆପ୍‌) ସୁପ୍ରିମୋ ତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ସାତ ଦିନ ବୃଦ୍ଧି କରିବାକୁ ଚାହୁଁଛନ୍ତି, ଯାହା ଜୁନ୍‌ ୧ ତାରିଖ ଦିନ ଶେଷ ହେବ। ସେ ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଜାମିନ ଅବଧି ବଢ଼ାଇବାକୁ କୋର୍ଟଙ୍କୁ ତାଙ୍କ ଆବେଦନରେ କହିଛନ୍ତି।  କେବଳ ଏତିକି ନୁହେଁ, ଆବେଦନ ବିଳମ୍ବରେ ଦାଖଲକୁ ନେଇ ପ୍ରଶ୍ନ ଉଠାଇଛନ୍ତି କୋର୍ଟ।

ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନକୁ ସୁପ୍ରିମକୋର୍ଟ ରେଜିଷ୍ଟ୍ରି ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ରେଜିଷ୍ଟ୍ରି କହିଛି, ‘ସୁପ୍ରିମକୋର୍ଟ ସିଏମଙ୍କୁ ଟ୍ରାଏଲ କୋର୍ଟରେ ଜାମିନ ଆବେଦନ କରିବାକୁ ସ୍ୱାଧୀନତା ଦେଇଛନ୍ତି। ମାମଲାର ଶୁଣାଣି ଅନ୍ୟ ଏକ ବେଞ୍ଚ ନିକଟରେ ସଂରକ୍ଷିତ ରହିଛି। ଏହାଛଡା ଶୁଣାଣି ପାଇଁ ଏହି ଆବେଦନକୁ ସୁପ୍ରିମକୋର୍ଟ୍ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୁଡଙ୍କ ନିକଟକୁ ପଠାଇ ଦିଆଯାଇଛି।’ ସୁପ୍ରିମକୋର୍ଟଙ୍କ ଏଭଳି ନିଷ୍ପତ୍ତି ପରେ କେଜ୍ରିୱାଲ ଆସନ୍ତା ଜୁନ୍ ୨ରେ ସରେଣ୍ଡର କରିବା ସ୍ପଷ୍ଟ ହୋଇଛି।

Leave A Reply

Your email address will not be published.