ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଡଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ନିକଟ ପତରାଜପୁର ଖେଳ ପଡିଆ ଠାରେ ବଡଚଣା ବିଜେପି ପକ୍ଷରୁ ୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବିଜୟ ସଂକଳ୍ପ ସମାବେଶ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ପ୍ରାକ୍ତନ ଜିଲ୍ଲା ସଭାପତି ଅଶୋକ ସାମଲ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭା ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ରାଜ୍ୟ ରେ ନବୀନ ଶାସନ ରେ ସାଧାରଣ ଲୋକ ଅତିଷ୍ଟ ହୋଇପଡ଼ିଲେଣି । ସେଥି ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ଙ୍କୁ ତୁରନ୍ତ ବଦଳାଇବା ପାଇଁ ଆଜିର ବିଜୟ ସଂକଳ୍ପ ସମାବେଶ ଆହ୍ବାନ ଦେଖାଯାଇଛି ।
ଯାଜପୁର ଜିଲ୍ଲା ତଥା ବଡଚଣା ରେ ଶିକ୍ଷା ଓ ସ୍ଵାସ୍ଥ୍ୟ ସଂପୂର୍ଣ୍ଣ ବିଗିଡି ଯାଇଚି। ଜିଲ୍ଲା ରେ ୩୨୪ ସ୍ଵାସ୍ଥ୍ୟ କେନ୍ଦ୍ର ମଧ୍ୟରୁ ୧୦୬ ଟି ସ୍ଥାନ ରେ ଡlକ୍ଟର ନାହାନ୍ତି,୫୫ ସେଣ୍ଟର ରେ ନର୍ସ ପଦବୀ ଖାଲି ପଡ଼ିଛି।ଜିଲ୍ଲା ର ୧୪ ଟି ପଞ୍ଚାୟତ ରେ ହାଇସ୍କୁଲ ନାହିଁ ।ନବୀନ ପଟ୍ଟନାୟକ ତାମିଲନାଡୁ ର ଜଣେ ଗୁମାସ୍ତା କୁ ଧରି ଶାସନ ଚଳାଉଛନ୍ତି। ଜିଲ୍ଲା ମାଲିକ ବୋଲି ଦାବି କରୁଥିବା ଜଣେ କ୍ରୀତଦାସ ବହୁ ହାଇସ୍କୁଲ ରେ ଶିକ୍ଷକ ନାହାନ୍ତି।୫୦ ପିଲା ପ୍ରତିବର୍ଷ ମେଟ୍ରିକ୍ ପରୀକ୍ଷା ଦେଉନାହାନ୍ତି। ଏଭଳି ସ୍ଥଳେ ବଡ଼ଚଣା ର ଜଣେ ଲଢ଼ୁଆ ପୁଅ ଅମର ନାୟକ ଙ୍କୁ ବିଧାୟକ ଭାବେ ବୃହତ୍ ବିଜୟୀ କରାଇବା ସହ ସମାବେଶ ରେ କର୍ମୀ ମାନଙ୍କୁ ଡବଲ ପଦ୍ମ ଚିହ୍ନ ରେ ବଟମ ଦବେଇବାକୁ ଆହ୍ବାନ ଦେଇଥିଲେ। ଏହି ସମାବେଶ ରେ ଭାରତୀୟ ଜନତା ପାର୍ଟି ର ବିଧାୟକ ପ୍ରାର୍ଥୀ ଅମର ନାୟକ ଯୋଗ ଦେଇ ବଡ଼ଚଣା ପାଇଁ ପାର୍ଟି ବଡ଼ ନୁହେଁ ମାଟି ବଡ଼,ଏହି ମାଟି କୁ ୨୪ ବର୍ଷଧରି ଶାସନକରିଥିବା ପୁଣି କେତେ ଜଣ ମୁଷ୍ଟିମେୟ ନେତା ବଡ଼ଚଣା ରେ ଶାସନ କବଜା କୁ ହାତେଇବା ପାଇଁ ସ୍ଵାଭିମାନୀ ବଡ଼ଚଣା ବସୀ କେବେ ବର୍ଦlସ୍ତ କରିବେ ନାହିଁ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ।ଯାଜପୁର (ସଂ) ଲୋକସଭା ପ୍ରାର୍ଥୀ ରବି ନାରାୟଣ ବେହେରା ଯାଜପୁର ଜିଲ୍ଲା ବିଜେପି ର ସମ୍ପାଦିକା ଦେବଜାନୀ ପ୍ରଧାନ, ଜିଲ୍ଲା ସମ୍ପାଦକ ପ୍ରମୋଦ ଜେନା ଅନ୍ୟତମ ଜିଲ୍ଲା ସମ୍ପାଦକ ପାଣ୍ଡବ ଧଳ ପ୍ରୀତମ୍ ନାୟକ, ବାଲିଚନ୍ଦ୍ରପୁର ସରପଞ୍ଚ ଅନୁପମା ବଳ ପ୍ରମୁଖ ଯୋଗ ଦେଇ ବଡ଼ଚଣା ମାଟି ର ସର୍ବାଙ୍ଗୀନ ଉନ୍ନତି ପାଇଁ ମାଟି ର ପୁଅ ଦରଦୀ ଜନନେତା ଅମର ନାୟକ ଙ୍କୁ ଆଗମୀ ୧ ତାରିଖ ରେ ବିପୁଳ ମାତ୍ରା ରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଆହ୍ବାନ ଦେଇଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଅମିୟ ସାହାଣୀ , ନିରଞ୍ଜନ ମହାନ୍ତି, ପ୍ରମୋଦ ଜେନା, ସୁମନ୍ତ ସାମଲ,ସୁହାସିନି ଦାସ୍, ନିବାରଣ ସାହୁ, ଆଲୋକ ସାମଲ, ହିମେସ ଜେନା,ଉଦୟନାଥ ସେନାପତି, ବିକାଶ ରଞ୍ଜନ ବଳ,ପ୍ରମୋଦ ମହାନ୍ତି, ରାଇ ଚରଣ ସେଠୀ,ଅଜୟ ଦାସ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା, ମହିଳା ମୋର୍ଚ୍ଚା ର ନେତ୍ରୀ ଗଣ ଓ ଯୁବ ଆଗୁଆ ଲଢ଼ୁଆ ନେତ୍ରୀ ମଣ୍ଡଳୀ ପରିଚାଳନା ରେ ସହଯୋଗ କରିଥିଲେ। ଏହି ସଭା ରେ କେନ୍ଦ୍ର ମନ୍ତ୍ରୀ ଆଜି ଦଳରେ ମିଶି ଥିବା ସର୍ବ ଭାରତୀୟ ଅବସର ପ୍ରାପ୍ତ ପ୍ରାଶାସନିକ ସେବା ଅଧିକାରୀ ନିର୍ମଳ ମିଶ୍ର ଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।ଧନ୍ୟବାଦ୍ ଦେଇଥିଲେ ବିଜେପି ର ବରିଷ୍ଠ କାର୍ଯ୍ୟକର୍ତ୍ତା ବିଭୁବଳ ସାମନ୍ତ।