ଆମ୍ ଆଦମୀ ପାର୍ଟି ତରଫରୁ ସାମ୍ଵାଦିକ ସମ୍ମିଳନୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୨୦୨୪ ସାଧାରଣ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ତରଫରୁ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରୁ ତିନୋଟି ବିଧାନସଭା ଯଥାକ୍ରମେ ମହାକାଳପଡା, ପାଟକୁରା ଓ ମାହାଙ୍ଗାରୁ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ମହାକାଳପଡା ରୁ ଯୁବ ସମାଜସେବୀ ଇଂ ଦେବାଶିଷ ଦାଶ, ପାଟକୁରା ରୁ ବିଶିଷ୍ଟ ନିର୍ମାଣ ଶ୍ରମିକ ନେତା ଶ୍ରୀ ଅଶୋକ କୁମାର ତ୍ରିପାଠୀ ଓ ମାହାଙ୍ଗାରୁ ଇଂ ଶାରଦା ପ୍ରସାଦ ଦାଶ ଆମ୍ ଆଦମୀ ପାର୍ଟିର ଦିଲ୍ଲୀ ଓ ପଞ୍ଜାବ ମଡେଲର ସୁଶାସନକୁ ଆୟୁଧ କରି ନିର୍ବାଚନ ପ୍ରଚାର କରୁଛନ୍ତି। ଅତ୍ୟନ୍ତ ଖୁସିର ସହ ଆପଣଙ୍କୁ ଜଣେଇ ଦେବାକୁ ଚାହୁଁଛୁ ଯେ ଆଜି ଏ ସାମ୍ଵାଦିକ ସମ୍ମିଳନୀରେ ମହାକାଳପଡାର ବିଧାୟକ ପ୍ରାର୍ଥୀ ଇଂ ଦେବାଶିଷ ଦାଶ ଆମ ଗହଣରେ ଉପସ୍ଥିତି ଅଛନ୍ତି।

ବିଦେଶରେ ଚାକିରି କରୁଥିଲେ ମଧ୍ୟ ଦୀର୍ଘ ବର୍ଷ ଧରି ତାଙ୍କଦ୍ୱାରା ପରିଚାଳିତ ଟ୍ରଷ୍ଟ ମାଧ୍ୟମରେ ମହାକାଳପଡା ଅଞ୍ଚଳରେ ବିଭିନ୍ନ ସମାଜସେବାରେ ନିଜକୁ ନିୟୋଜିତ କରି ରଖିଥିଲେ। ଶିକ୍ଷା କ୍ଷେତ୍ରରେ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ଙ୍କ ପାଇଁ ତିଙ୍କର ନିଷ୍ଠା ଓ କାର୍ଯ୍ୟ ଶୈଳୀ ଅତି ପ୍ରେରଣାଦାୟୀ। ସଦା ଅବହେଳିତ ମହାକାଳପଡା ବାସୀଙ୍କୁ ଶୁଦ୍ଧ ପାନୀୟ ଜଳ, ଗମନାଗମନ ନିମନ୍ତେ ରାସ୍ତା ଘାଟ ଓ ପୋଲ ର ସୁବିଧା, ଶିଳ୍ପ ଭିତ୍ତିକ ରୋଜଗାର ସୃଷ୍ଟି କରି ଦାଦନ ଓ ବେକାରୀ ସମସ୍ୟାକୁ ରୋକିବା, କୃଷି ଓ କୃଷକ ଭାଈ ମାନଙ୍କ ପାଇଁ ଶୀତଳ ଭଣ୍ଡାର ଓ ଜଳସେଚନ ସୁବିଧା ଏବଂ ବିନାମୂଲ୍ୟରେ ପଂକ୍ତିର ଅନ୍ତିମ ବ୍ୟକ୍ତି ନିକଟରେ ସର୍ବୋତ୍ତମ ଚିକିତ୍ସା ଉପଲବ୍ଧି କରାଇପାରିବା ଏବଂ ୨୪ଘଣ୍ଟିଆ ନିରନ୍ତର ବିଦ୍ୟୁତ ସେବା ବିନାମୂଲ୍ୟରେ ମହାକାଳପଡା ବାସୀଙ୍କୁ ଯୋଗାଇଦେବା ଲକ୍ଷରେ ଆମ୍ ଆଦମୀ ପାର୍ଟି ବିଧାୟକ ପ୍ରାର୍ଥୀ ଇଂ ଦେବାଶିଷ ଦାଶ ଦେଖିଥିବା ସ୍ଵପ୍ନକୁ ଅତି ଶିଘ୍ର ପୁରଣ କରିବାପାଇଁ ସଂକଳ୍ପବଦ୍ଧ ଅଛନ୍ତି।

ଆମ୍ ଆଦମୀ ପାର୍ଟି ତରଫରୁ ଆମେ ମହାକାଳପଡା ବାସୀଙ୍କୁ ଯୋଡହସ୍ତରେ ନିବେଦନ କରୁଛୁ ଆପଣମାନେ ଜୁନ ୧ ତାରିଖ ଦିନ ଆପଣଙ୍କ ପିଲାର ଭବିଷ୍ୟତ ପାଇଁ, ସଦା ଅବହେଳିତ ମହାକାଳପଡାର ପ୍ରଗତି ପାଇଁ, ଶିକ୍ଷା, ସ୍ଵାସ୍ଥ୍ୟ, ବିଜୁଳି, ପାଣି ଓ ରୋଜଗାର ର ଭାଗିଦାର ହେବାପାଇଁ ଏବଂ ଏକ ସ୍ଵାଭିମାନୀ ମହାକାଳପଡା ମାଟିର ଦାୟାଦଭାବେ ନିଜର ପରିଚୟକୁ ଶାଣିତ କରିବା ପାଇଁ ଝାଡୁ ଚିହ୍ନରେ ଇଂ ଦେବାଶିଷ ଦାଶଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରନ୍ତୁ।

Leave A Reply

Your email address will not be published.