ରଜରେ ମୁକ୍ତି ଲାଭ ଅପେକ୍ଷାରେ ଶିବାଜୀ ଦାସଙ୍କ ଦୁଇ ଆଲବମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରଜ ରେ ମୁକ୍ତି ଲାଭ ଅପେକ୍ଷାରେ ଶିବାଜୀ ଦାସଙ୍କ ଦୁଇ ଆଲବମ।  ଆଗକୁ ଆସୁଛି ପବିତ୍ର ରଜ ପର୍ବ। ଏହି ରଜ ପର୍ବ ପାଇଁ ଆନନ୍ଦ ଉତ୍ସବ ପାଳିତ ହେବ ସାରା ରାଜ୍ୟ ରେ। ଉସବ ମୁଖର ହୋଇ ଉଠିବ ସବୁ ଆଡେ।

ଏହି ଉପଲକ୍ଷେ ମୁକ୍ତି ଲାଭ କରିବାକୁ ଯାଉଛି ନିର୍ଦ୍ଦେଶକ ଶିବାଜୀ ଦାସ ଙ୍କ ଦୁଇ ଆଲବମ ଗୀତ ରହୁ ରହୁ ରହିଗଲି ତୋ ପାଇଁ ମୁଁ କୁଆଁରା ଓ ତୁ କହିବୁ କାହା ଆଗରୁ ମୁଁ ଭଲ ପାଉଛି। ଦୁଇ ଟି ଗୀତ ରେ ପ୍ରଯୋଜକ ବୃନ୍ଦାବନ ଦାସ ଥିବା ବେଳେ ନିର୍ଦ୍ଦେଶକ ଶିବାଜୀ ଦାସ ଅଛନ୍ତି। ମ୍ୟୁଜିକ ପିଣ୍ଟୁ ଦାସ ଦେଇଥିବା ବେଳେ ଗୀତ ଗାଇ ଛନ୍ତି ଏସ ଜିତୁ, ରଶ୍ମି ରେଖା, ସୌଜନ୍ୟା,କୋରୀୟଗ୍ରଫର୍ ରବୀନ୍ଦ୍ର ଜେନା ପପୁ ସାର୍, ଥିବା ବେଳେ ପ୍ରମୁଖ କଳାକାର ଭାବରେ ରାଜେଶ୍, ଜ୍ୟୋସ୍ନା, ରାଜା, ରୋସନ ଓ କୁନି କୁନି କଳାକାର ଅଛନ୍ତି।

ନିର୍ଦ୍ଦେଶକ ଶିବାଜୀ ଦାସ ଙ୍କ ଅନେକ ଆଲବମ ମୁକ୍ତି ଲାଭ କରି ସାରିଛି ରଜ ପର୍ବ ପାଇଁ ଏହା ଦୁଇ ଟି ଆଲବମ ଗୀତ ଓ ଅଭିନୟ ଦର୍ଶକ ଙ୍କ ମନ ଛୁଇଁବ ବୋଲି କହିଛନ୍ତି ଏଥିରେ ଅଭିନୟ କରିଥିବା କଳାକାର।

Leave A Reply

Your email address will not be published.