ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ଜଳେଶ୍ୱର ଓ ବସ୍ତା ନିର୍ବଚନ ମଣ୍ଡଳୀରେ ବିଜେଡିର ମାରାଥନ ପ୍ରଚାର | ଭୋଟରଙ୍କର ମନ ଜିଣିବା ପାଇଁ ୫ଟି ଅଦକ୍ଷ ଭି.କେ ପାଣ୍ଡିଆନଙ୍କର ଜୋର ସୋର ପ୍ରଚାର | ଆଜି ମାଧ୍ୟାନ ସମୟରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଶିଖରପୁର ଠାରେ ଅନୁଷ୍ଠିତ ହୋଇଥିବା ସାଧାରଣ ସଭାରେ ଭି.କେ ପାଣ୍ଡିଆ ଉପସ୍ଥିତ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଆଲୋକ ପାତ କରିଥିଲେ |

ସ୍ୱାସ୍ଥ୍ୟ ,ଶିକ୍ଷା,ଗମନାଗମନ, ପିଇବାପାଣି ସମସ୍ୟା ସମାଧାନ ହୋଇଥିବା କହିଥିଲେ |ବିଶେଷ କରି BSKY ସ୍ୱାସ୍ଥ୍ୟ କାର୍ଡ ,ଲକ୍ଷ୍ମୀ ବସ ,ନୂଆ ଓ ଛାତ୍ରବୃତ୍ତି , ମିଶନଶକ୍ତି, ମମତା ଯୋଜନା ବିଷୟରେ କହିଥିଲେ | ଆସନ୍ତା ଜୁଲାଇ ମାସରୁ ଇଲେକ୍ଟ୍ରି ବିଲ ଛାଡ଼ ହେବ ବୋଲି କହିଛନ୍ତି |ଉକ୍ତ ମଞ୍ଚରେ ବିଧାୟକ ପ୍ରାର୍ଥୀ ଅଶ୍ୱିନୀ କୁମାର ପାତ୍ର ଓ ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତ ସିଂହାରକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତେଇବାକୁ ନିବେଦନ କରିଥିଲେ |ତତ୍ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ନିବେଦନ କରିଥିଲେ |

ଠିକ ସେହିପରି ବସ୍ତା ନିର୍ବାଚନ ମଣ୍ଡଳୀ ବାସୁଦେବ ପୁର ଠାରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗ ଦେଇ ବିଧାୟକ ପ୍ରାର୍ଥୀ ସୁବାସିନୀ ଜେନା ଲୋକସଭା ପାର୍ଥି ଲେଖାଶ୍ରୀ ସାମନ୍ତ ସିଂହାରକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତେଇବାକୁ ନିବେଦନ କରିଥିଲେ |ଏହି ସମୟରେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ଓ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଉପସ୍ଥିତ ଥିଲେ | ହଜାର ହଜାର ସଂଖ୍ୟାର କର୍ମୀ ଉପସ୍ଥିତ ଥିଲେ |

Leave A Reply

Your email address will not be published.