ଆଜିଠୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଯୁକ୍ତ ଦୁଇରେ ନାମଲେଖା ପାଇଁ ଆଜିଠୁ ଆରମ୍ଭ ହେଉଛି ପ୍ରକ୍ରିୟା। ଦିନ ୧୧ଟାରୁ ସାମସ୍ ପୋର୍ଟାଲରେ ଉପଲବ୍ଧ ହେବ କମନ ଆପ୍ଲିକେସନ୍ ଫର୍ମ। କଳା, ବିଜ୍ଞାନ, ବାଣିଜ୍ୟ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ କରିବେ ଛାତ୍ରଛାତ୍ରୀ।

ଜୁଲାଇ ୬ ତାରିଖ ସୁଦ୍ଧା ନାମ ପଞ୍ଜିକରଣ କରିପାରିବେ ଛାତ୍ରଛାତ୍ରୀ। ମୋଟ୍ ୨ହଜାର ୨୨୧ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ଆଡିମିଶନ କରାଯିବ। ଏଥିପାଇଁ କଳାରେ ୨ଲକ୍ଷ ୯୪ହଜାର ୮୪୦, ବିଜ୍ଞାନରେ ଲକ୍ଷେ ୬୬ ହଜାର ୯୨୯, ବାଣିଜ୍ୟରେ ୪୦ହଜାର ୧୦୪ ଓ ଧନ୍ଦାମୂଳକ ଶିକ୍ଷାରେ ୧୦ହଜାର ୫୦୪ ସିଟ୍ ଉପଲବ୍ଧ ରହିଛି। ଜୁଲାଇ ୬ ତାରିଖ ଆବେଦନର ଶେଷ ତାରିଖ ରହିଛି। ଜୁଲାଇ ୧୮ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା। ଯୋଗ୍ୟ ଛାତ୍ରଛାତ୍ରୀ ଜୁଲାଇ ୧୯ରୁ ୨୩ ତାରିଖ ଭିତରେ ନାଁ ଲେଖାଇବେ।

ଏଥର ରାଜ୍ୟର ୨ ହଜାର ୧୨୧ ଯୁକ୍ତ ଦୁଇ କଲେଜର ୫ ଲକ୍ଷ ୨୫ ହଜାର ୪୬୫ ସିଟରେ ନାମଲେଖା ହେବ। କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୯୪ ହଜାର ୮୪୦ ସିଟ୍, ବିଜ୍ଞାନରେ ୧ ଲକ୍ଷ ୬୬ ହଜାର ୯୨୯, ବାଣିଜ୍ୟରେ ୪୦ ହଜାର ୧୦୪, ସଂସ୍କୃତରେ ୧୩ ହଜାର ୮୮ ଓ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୦ ହଜାର ୫୦୪ ସିଟରେ ନାମଲେଖା କରିବାକୁ ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.