ମିଡିଆରେ ଗର୍ଜିଲେ, ED ଜେରାରେ ଚୁପ ରହୁଛନ୍ତି ଅର୍ଚ୍ଚନା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଅର୍ଚନା ନାଗ ମାମଲା। ଆଜି ରିମାଣ୍ଡ ର ଷଷ୍ଠ ଦିନ।ଆଜି ବି ଅର୍ଚନା ED ଆଗରେ ଚୁପ।ହନିଟ୍ରାପ ଟଙ୍କା କେମିତି ଆସିଛି, କିଏ ଦେଇଛି କାହା ମାଧ୍ୟମରେ ଆସିଛି ସେ ନେଇ କିଛି ତଥ୍ୟ ଦେଉ ନାହାନ୍ତି ଅର୍ଚନା। ଅର୍ଚନା ଙ୍କୁ 13ତାରିଖରେ କୋର୍ଟରେ  ହାଜର କରିବ ED ।ପୁଣି ଥରେ ଅର୍ଚନାଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ED। ସେହିଭଳି ଅର୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଙ୍କୁ 13ତାରିଖରେ ଜିଲ୍ଲା ଦୌରା ଜଜ ଙ୍କ କୋର୍ଟରେ ହାଜର କରାଯିବ। ଜଗବନ୍ଧୁଙ୍କୁ 15ଦିନ ରିମାଣ୍ଡରେ ନେବାକୁ ଆବେଦନ କରିବ ବୋଲି ସୂଚନା ମିଳିଛି। ଉଭୟ ବଣ୍ଟି ଓ ବବଲୀ ଙ୍କୁ ED ରେ ମୁହାଁ ମୁହିଁ ଜେରା କରିବ।ଅର୍ଚନାଙ୍କୁ ED ଜେରା କରୁଥିଲେ ହେଁ ସେ ସହଯୋଗ କରୁନାହାନ୍ତି।

ମିଡ଼ିଆ ଆଗରେ କହିଥିବା ସବୁ କଥା କୁ ନେଇ ଅର୍ଚନା ଏବେ ଚୁପ ଅଛନ୍ତି.ମିଡ଼ିଆକୁ କହିଥିବା ଭିଡ଼ିଓ କ୍ଲିପ ED ଅର୍ଚନା ଙ୍କୁ ଦେଖାଇ ପଚାରୁଛି କଣ ସେ ବିସ୍ଫୋରକ ତଥ୍ୟ ରହିଛି।କଣ ସେ ତଥ୍ୟ ରହିଛି ଯାହା ଆସିଲେ ରାଜ୍ୟରେ ପରିବର୍ତ୍ତନ ହେବ. ଏହା ର କିଛି ଉତ୍ତର ଦେଉନାହାନ୍ତି ଅର୍ଚନା।ସେ କହୁଛନ୍ତି ତାଙ୍କ କଥା କୁ ମିଡ଼ିଆ ଅନ୍ୟ ଭାବେ ଦେଖାଉଛନ୍ତି। ଅର୍ଚନା ଙ୍କ ଏହା ଏକ ଚାଲ ଥିଲା କି?…ଏ ନେଇ ଚର୍ଚ୍ଚା ହେଉଛି. ତେବେ ବଣ୍ଟି ଓ ବବଲୀ ଙ୍କୁ ରିମାଣ୍ଡ ରେ ଆଣି ମୁହାଁ ମୁହିଁ ଜେରା କରି ଅନେକ ତଥ୍ୟ ହାସଲ କରିବ ବୋଲି ଯୋଜନା କରିଛି।

କମିଶନରେଟ ପୋଲିସ ପକ୍ଷରୁ ଏହି ମାମଲାରେ ଖଣ୍ଡଗିରି ଥାନାର ଦସ୍ତାବିଜ ଦିଆ ଯାଇଛି। ହେଲେ ଅର୍ଚନାଙ୍କୁ ଗିରଫ ସମୟରେ ତାଙ୍କ ପାଖରୁ ମିଳିଥିବା 4 ଟି ଫୋନ, 2ଟି ଟାବଲେଟ, ପେନ ଡ୍ରାଇଭ କମିଶନରେଟ ପୋଲିସ SFSL କୁ ପଠାଇଛି. ହେଲେ କୋର୍ଟ ନିର୍ଦେଶ
ସତ୍ୱେ ଏ ଯାଏ ମିଳିନି ED SFSL ରୁ ତଥ୍ୟ.।

Leave A Reply

Your email address will not be published.