କଫି ପିଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଅନେକ ଲୋକ ସକାଳୁ ଚା କିମ୍ବା କଫି ପିଇବାକୁ ବହୁତ୍ ଭଲପାଆନ୍ତି । ସକାଳୁ କଫି ପିଇବା ଦ୍ଵାରା ସତେଜ ଅନୁଭବ କରିଥାନ୍ତି । ଏହାସହ ଥକ୍କାପଣ ମଧ୍ୟ ଦୂର ହୋଇଥାଏ। ମାତ୍ର କେତେକଙ୍କର ଅଭ୍ୟାସ ଥରେ କିମ୍ବା ୨ ଥର ନୁହେଁ ବରଂ ବାରମ୍ବାର କଫି ଓ ଚା’ ପିଇବା। ବିଶେଷ କରି କେତେକ ଲୋକେ ଖାଦ୍ୟ ଖାଇବା ପରେ ମଧ୍ୟ କଫି ଓ ଚା’ ପିଇଥାଆନ୍ତି।

ଏଭଳି ଅଭ୍ୟାସ ଥିଲେ ତୁରନ୍ତ ଏହାକୁ ବଦଳାଇ ଦିଅନ୍ତୁ। ଖାଦ୍ୟ ଖାଇବା ପରେ ତୁରନ୍ତ ଚା’ କିମ୍ବା କଫି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁସାରେ ଭୋଜନ ପରେ ତୁରନ୍ତ କଫି ପିଅନ୍ତୁ ନାହିଁ। ଏହାଦ୍ୱାରା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପଡେ। ଖାଦ୍ୟ ଭଲ ଭାବେ ହଜମ ହୁଏ ନାହିଁ। ପୋଷକ ତତ୍ତ୍ୱ ମଧ୍ୟ ମିଳିନଥାଏ। ଖାଦ୍ୟ ଖାଇବା ପରେ ତୁରନ୍ତ କଫି ପିଇବା ଦ୍ୱାରା ଏସିଡିଟି ମାତ୍ରା ବୃଦ୍ଧି ପାଇଥାଏ।

ଯେଉଁମାନଙ୍କର ଚା’ କିମ୍ବା କଫି ପିଇବାର ଅଭ୍ୟାସ ରହିଛି,ସେମାନେ ଖାଦ୍ୟ ଖାଇବାର ୨ କିମ୍ବା ୩ ଘଣ୍ଟା ପରେ କଫି ପିଇପାରିବେ। ଏପରି କରିବା ଦ୍ୱାରା ଖାଦ୍ୟରୁ ପୋଷକ ତତ୍ତ୍ୱ ସଠିକ୍‌‌ ଭାବେ ଅବଶୋଷିତ ହୋଇଥାଏ।

Leave A Reply

Your email address will not be published.