ଗଜପତି ମହାରାଜାଙ୍କର ପ୍ରକଳ୍ପର ସମୀକ୍ଷା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ପ୍ରତିଷ୍ଠା। ଏନେଇ ସୂଚନା ଦେଇଛନ୍ତି ଗଜପତି ମହାରାଜା। ଆଜି ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି ଗଜପତି ମହାରାଜା | ୫ ଦିନ ଧରି ଚାଲିବ ପୂଜାର୍ଚ୍ଚନା । ଏ ନେଇ ଆଜି ଗଜପତି ମହାରାଜା ସୂଚନା ଦେଇଛନ୍ତି। ଆଜି ପ୍ରକଳ୍ପ କାର୍ୟ୍ୟ ସମୀକ୍ଷା ପରେ ସୂଚନା ଦେଇଛନ୍ତି ଗଜପତି ମହାରାଜା । ଶ୍ରୀସେତୁ, ଜଗନ୍ନାଥ ବଲ୍ଳଭ ପାର୍କିଂ କାର୍ୟ୍ୟ ବୁଲ ଅନୁଧ୍ୟାନ କରିଥିଲେ। ନିର୍ମାଣ କାର୍ୟ୍ୟ ଦେଖି ସନ୍ତୋଷ ବ୍ୟକ୍ତ କରିଛନ୍ତି ଗଜପତି ମହାରାଜା ।

ଆଜି ଗଜପତି ମହାରାଜା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ଜଗନ୍ନାଥ ବଲ୍ଲଭ ଓ ଶ୍ରୀସେତୁ ନିର୍ମାଣ କାର୍ଯ୍ୟର ମଧ୍ୟ ଅନୁଧ୍ୟାନ କରି ଏପରି ସୂଚନା ଦେଇଛନ୍ତି।  କାମ କେତେ ଦୂର ଆଗେଇଛି, କାମ କେତେ ସରିଛି ଓ କେତେ ବାକି ଅଛି ତାର ସମୀକ୍ଷା କରିଛନ୍ତି ଗଜପତି ମହାରାଜା। ଗ୍ରାଉଣ୍ଡ ଜିରୋରେ ସ୍ଥିତି ସମୀକ୍ଷା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ ।

ଏନେଇ ସୂଚନା ଦେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମଗ୍ର ବିଶ୍ୱବାସୀଙ୍କ ଆଧ୍ୟାତ୍ମିକ, ଧାର୍ମିକ, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ । ମହାପ୍ରଭୁଙ୍କ ଭକ୍ତଙ୍କ ପାଇଁ ଏହା ଅତି ସୁନ୍ଦର ବ୍ୟବସ୍ଥା। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ପୁରୀ ଆସୁଥିବା ଭକ୍ତ ନିଜ ଗାଡ଼ି ପାର୍କିଂ କରି ଖୁବ ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଏଠାରେ ପାର୍କିଂ, କିଛି ଦୋକାନ, ଫୁଡ କୋର୍ଟ, ଅଡିଟୋରିୟମ ରହିବ। ଏହାପରେ ମନ୍ଦିର ଯିବା ପାଇଁ ବଡ଼ଦାଣ୍ଡର ଉନ୍ନତିକରଣ କରାଯିବ । ଭକ୍ତ କିପରି ସୁବିଧାରେ ବଡ଼ଦାଣ୍ଡରେ ପହଞ୍ଚି ପାରିବେ ତାହାର ବ୍ୟବସ୍ଥା କରାଯାଉଛି। ତେଣୁ ଶୀଘ୍ର ଏହି ପ୍ରକଳ୍ପର ଶେଷ ହେବା ଉପରେ ଗୁରୁତ୍ୱାରୋପ କରୁ

Leave A Reply

Your email address will not be published.