ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ବଲିଉଡ଼୍ ଅଭିନେତ୍ରୀ ଶିଳ୍ପା ସେଟ୍ଟି କଲ୍ୟାଣ ଜୁଏଲର୍ସର ପଟିଆ ସୋ’ରୁମ୍ ଉଦଘାଟନ କରିବାକୁ ଆସିଥିବାବେଳେ ନମସ୍କାର କରି ଜୟ ଜଗନ୍ନାଥ କହି ନିଜ ପ୍ରଶଂସକମାନଙ୍କୁ ଭେଟିଥିଲେ। ଆପଣମାନେ କିପରି ଅଛନ୍ତି ବୋଲି ପଚାରି ବୁଝିଥିଲେ। ଓଡ଼ିଆରେ ପଚାରିଥିଲେ ‘ଆପଣମାନେ ଖୁସି ତ’।
ଏହି ପଦଟି ଶୁଣି ପ୍ରଶଂସକମାନେ ଉତ୍ସାହିତ ହୋଇ କରତାଳି ଦେଇଥିଲେ। ମୁଁ ବି ବହୁତ ଖୁସି ବୋଲି ଶିଳ୍ପା କହିଥିଲେ।ନିଜ ପସନ୍ଦର ଗହଣା ସମ୍ପର୍କରେ ପ୍ରଶ୍ନ ହେବାରୁ ସେ କହିଥିଲେ ଯେ କାହାକୁ ଗହଣା ଭଲ ଲାଗେନି। ସମସ୍ତଙ୍କୁ ଗହଣା ପିନ୍ଧିବାକୁ ଭଲ ଲାଗେ। ସେ ଟେମ୍ପଲ୍ ଜୁଏଲାରି ପିନ୍ଧିଥିବା କହିଥିଲେ। ପ୍ରକୃତରେ ହୀରାକୁ ମୁଁ ବହୁତ ପସନ୍ଦ କରେ ବୋଲି ସେ କହିଥିଲେ। ଓଡ଼ିଶାର ମନ୍ଦିର ଓ ସ୍ଥାପତ୍ୟକୁ ସେ ବହୁତ ଭଲ ପାଆନ୍ତି ବୋଲି କହିଥିଲେ। ନିଜ ନୂଆ ଘର ତିଆରି କରିବା ବେଳେ ଓଡ଼ିଶାରୁ ସେ ବୁଦ୍ଧ ଓ ଗଣପତିଙ୍କ ସ୍ଥାପତ୍ୟ କୃତି ନେଇଥିବା କହିଥିଲେ। ସେ ଏକଥା ମଧ୍ୟ ଜଣାଇଥିଲେ ଯେ କେବେ ସ୍ଥାପତ୍ୟ କିଣିବାକୁ ଇଚ୍ଛା ହେଲେ ସର୍ବଦା ଓଡ଼ିଶାରୁ ତାହାକୁ କିଣିବା ଲାଗି ତାଙ୍କ ମା’ ତାଙ୍କୁ ପରାମର୍ଶ ଦେଇଥିଲେ।
ରାଜ୍ୟରେ ଥିବା ମନ୍ଦିରକୁ ନେଇ ତାଙ୍କର ପ୍ରବଳ ଆଗ୍ରହ ଥିବା ଜଣାଇଥିଲେ। ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ବ୍ୟତୀତ ଆଉ କ’ଣ ସବୁ ମନ୍ଦିର ରହିଛି ବୋଲି ସେ ପ୍ରଶଂସକଙ୍କୁ ପଚାରି ବୁଝିଥିଲେ ।