ଫେବୃଆରୀ ୨ରୁ ଆରମ୍ଭ ହେବାକୁ ଯାଉଛି ‘ଚିତ୍ରାଞ୍ଜଳୀ’

ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଯୋଗଦେବେ ଶିଳ୍ପୀ

0

ଓଡ଼ିଆ ନ୍ୟୁଜ୍: ଆରମ୍ଭ ହେବାକୁ ଯାଉଛି ‘ଚିତ୍ରାଞ୍ଜଳୀ।ଆର୍ଟିଷ୍ଟ ଆସୋସିଏସନ୍ ଅଫ୍ ଓଡ଼ିଶା (ଆଓ) ତରଫରୁ ପ୍ରତିବର୍ଷ ପରି ଏହାର ବାର୍ଷିକ କାର୍ଯ୍ୟକ୍ରମ ‘ଚିତ୍ରାଞ୍ଜଳୀ’ର ରୂପରେଖ ପ୍ରସ୍ତୁତ ହୋଇଛି। ଆସନ୍ତା ଫେବୃଆରୀ ୨ ତାରିଖ ଠାରୁ ୬ ତାରିଖ ପର୍ଯ୍ୟନ୍ତ ଖାରବେଳ ନଗର, ଲଳିତ କଳା ଏକାଡେମି ପ୍ରାଙ୍ଗଣରେ ଅନୁଷ୍ଠିତ ହେବ। ଏଥିରେ ପ୍ରଦର୍ଶନୀ, ଯୁବ ଓ ବରିଷ୍ଠ କଳାକାରମାନଙ୍କୁ ନେଇ ଚିତ୍ରକଳା ଶିବିର, ଆଲୋଚନାଚକ୍ର ଓ କଳାତ୍ମକ ଚଳଚିତ୍ର ପ୍ରଦର୍ଶନ ନିମନ୍ତେ କାର୍ଯ୍ୟକ୍ରମ ପ୍ରସ୍ତୁତ ହେଉଛି। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଶିଳ୍ପୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ।

ଏତତ୍ ବ୍ୟତିତ ଦିବଂଗତ ବରିଷ୍ଠ ଶିଳ୍ପୀମାନଙ୍କ ନାମରେ ନାମିତ ସ୍ମାରକୀ ପୁରସ୍କାର ପ୍ରଦାନ କରାଯିବ। ସମସ୍ତ ଶୁଭେଚ୍ଛୁ ଓ ଶିଳ୍ପୀ ବଂଧୁମାନଙ୍କୁ ଯୋଗଦେବାକୁ ନିବେଦନ କରିଛନ୍ତି ସମ୍ପାଦକ ନିଗମାନନ୍ଦ ସାଇଁ। ଏହି ପ୍ରସ୍ତୁତି ବୈଠକରେ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଜନପ୍ରିୟ ଦେବତା, ମୀନକେତନ ପଟ୍ଟନାୟକ, ସଂଗୀତା ପଟ୍ଟନାୟକ, ସଭାପତି, ଚିନ୍ତାମଣି ବିଶ୍ଵାଳ, କୋଷାଧ୍ୟକ୍ଷ, ସଂଜୟ ପଟ୍ଟନାୟକ, ଉପସଭାପତି, ଶ୍ରୀ ସନ୍ତୋଷ କୁମାର ସାହୁ, ଅଳକା ମିଶ୍ର, ବିବେକ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.