ଓଡ଼ିଆ ନ୍ୟୁଜ୍: ଅଭିନେତା ଅନୁଭବ ମହାନ୍ତିଙ୍କ ବଢ଼ିଲା ଅଡୁଆ। ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ।ଅନୁଭବଙ୍କ ବିରୋଧରେ ଚାଲିବ ମାମଲା: ହାଇକୋର୍ଟ। ଅନୁଭବ ଓ ତାଙ୍କ କର୍ମଚାରୀଙ୍କ ବିରୋଧରେ ବର୍ଷା ଦେଇଥିଲେ ଏତଲା। ଅନୁଭବଙ୍କ ଘରେ ଥିବା ବେଳେ ମାନସିକ ନିର୍ଯାତନା ପାଉଥିବା କରିଥିଲେ ଅଭିଯୋଗ। ନିମ୍ନ ଅଦାଲତ ଚାଲିଥିବା ମାମଲା ଖାରଜ ପାଇଁ ଆବେଦନ କରିଥିଲେ ଅନୁଭବ।
ସୂଚନା ଅନୁଯାୟୀ, ଅନୁଭବଙ୍କ ଘରେ ରହୁଥିବା ସମୟରେ ଅନୁଭବ ଓ ଅନ୍ୟ ଦୁଇ କର୍ମଚାରୀଙ୍କ ବିରୋଧରେ ଏତଲା ଦେଇଥିଲେ ବର୍ଷା। ଭିଡିଓ ସୁଟିଂ କରିବା ସହ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ ବର୍ଷା । ଯାହାର ବିଚାର କରି ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ । ଆଗକୁ ଅନୁଭବଙ୍କ ବିରୋଧରେ ଚାଲିବ ଯୌତୁକ ନିର୍ଯାତନା ମାମଲା । ତଳ କୋର୍ଟଙ୍କ ଚାର୍ଜଫ୍ରେମକୁ କାଏମ ରଖିଲେ ହାଇକୋର୍ଟ । ପୁରୀଘାଟ ଥାନାରେ ହୋଇଥିଲା ନିର୍ଯାତନା ମାମଲା । ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି HC ଯାଇଥିଲେ ଅନୁଭବ।