ଅଗଷ୍ଟ ୨ରେ ଧାରା ୩୭୦ ମାମଲାର ଶୁଣାଣି

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଅଗଷ୍ଟ ୨କୁ ଘୁଞ୍ଚିଲା ଅନୁଚ୍ଛେଦ ୩୭୦କୁ ନେଇ ଦାୟର ହୋଇଥିବା ଆବେଦନର ଶୁଣାଣି। ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ କେବଳ ସାମ୍ବିଧାନିକ ମୁଦ୍ଦା ଉପରେ ଶୁଣାଣି କରିବେ । ନୂଆ ଆବେଦନ ଉପରେ କେନ୍ଦ୍ରର କୌଣସି ପ୍ରଭାବ ରହିବ ନାହିଁ।

ଆର୍ଟିକିଲ୍ ୩୭୦ ହଟାଇବା ବିରୋଧ କରି ୨୩ଟି ଯାଚିକା ଦାଖଲ ହୋଇଛି । ଏହି ମାମଲାରେ ସର୍ବୋଚ୍ଚ ଅଦାଲତ ମଙ୍ଗଳବାର ଶୁଣାଣି କରି ସମସ୍ତ ପକ୍ଷକୁ ଜବାବ ଦାଖଲ କହିଛନ୍ତି । ଆସନ୍ତା ଜୁଲାଇ ୨୭ ତାରିଖରେ ସମସ୍ତ ପକ୍ଷ ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଧାର୍ୟ୍ୟ ସମୟ ଭିତରେ ଜବାବ ଦଖଲ ନକଲେ ପରେ ପରିବର୍ତ୍ତନ କରିବାକୁ କୌଣସି ଅନୁମତି ଦିଆଯିବ ନାହିଁ ବୋଲି କହିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ତେବେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ ୨ ତାରିଖକୁ ଧାର୍ୟ୍ୟ କରାଯାଇଛି । ମଙ୍ଗଳବାର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ନୂଆ ଆବେଦନ ଉପରେ ବିଚାର କରିବାକୁ ମନା କରିଦେଇଥିଲେ ସୁପ୍ରିମକୋର୍ଟ ।

Leave A Reply

Your email address will not be published.