ନୂଆଦିଲ୍ଲୀ(ଆମ ଟିଭି): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି । ଏହାରି ଭିତରେ ମୋଦୀ ଡିଗ୍ରୀ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଆପ ସାଂସଦ ସଂଜୟ ସିଂଙ୍କୁ ଝଟକା । ଗୁଜରାଟ ହାଇକୋର୍ଟ ଅପରାଧିକ ମାନାହାନି ମାମଲାରେ ଅନ୍ତରୀଣ ରୋକ ଲଗାଇବାକୁ ମନା କରିଛନ୍ତି । ଗୁଜରାଟ ବିଶ୍ୱବିଦ୍ୟାଳୟଙ୍କ ଦ୍ୱାରା ଅପରାଧିକ ମାନହାନି ମାମଲା ରୁଜୁ ହୋଇଥିଲା । ତେବେ ପୁନଃନିରିକ୍ଷଣ ପର୍ୟ୍ୟନ୍ତ କାର୍ୟ୍ୟାନୁଷ୍ଟାନ ଉପରେ ଅନ୍ତରୀଣ ରୋକ ଲଗାଯାଉ ବୋଲି କେଜ୍ରିୱାଙ୍କ ପକ୍ଷରୁ ଆବେଦନ ଦାୟର କରାଯାଇଥିଲା ।
ତେବେ କୋର୍ଟ ଏହା ଉପରେ ରୋକ ଲଗାଇବାକୁ ମନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇ ସାଟିଫିକେଟ ସାବର୍ଜଜନୀନ କରିବାକୁ ଦାବି କରିଥିଲେ କେଜ୍ରିୱାଲ । ୨୦୧୬ ମସିହାରେ ଏନେଇ ଆରଟିଆଇକୁ ଚିଠି ଲେଖିଥିଲେ । ଏହା ପରେ ଗୁଜରାଟ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ମିଳିବାପରେ ଗୁଜରାଟ ହାଇକୋର୍ଟରେ ଗୁଜରାଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏବେ ଆବେଦନ ରୁଜୁ କରିଥିଲେ ।