ରାଜଧାନୀରେ ବଢ଼ିବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା, ତତ୍ପର ଦେଖାଇ ସମୂହ ସଫେଇ କାର୍ଯ୍ୟକ୍ରମ ଆୟୋଜନ କଲା ବିଏମସି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱରରେ ଚାଲିଛି ସମୂହ ସଫେଇ କାର୍ଯ୍ୟକ୍ରମ। ଏଜି ଛକ ଠାରୁ ଆରମ୍ଭ କରି ରାଜଭବନ ପର୍ଯନ୍ତ ଏହି ସଫେଇ କାର୍ଯ୍ୟକ୍ରମ ଚାଲିଥିଲା। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଏମସି ଅତିରିକ୍ତ କମିଶନର ସୂର୍ଯ୍ୟାବଂଶୀ ମୟୁର ବିକାଶଙ୍କ ସହ ହେଲଥ କ୍ଲିନିଂ ଅଫିସ ଏବଂ କର୍ପୋରେଟରମାନେ ଉପସ୍ଥିତ ଥିଲେ। ଭୁବନେଶ୍ୱର ସହର ହେଉଛି ରାଜଧାନୀବାସିନ୍ଦାଙ୍କର ତେଣୁ ସମସ୍ତଙ୍କର ଦାୟିତ୍ୱ ରହିଛି କେମିତି ଆମ ସହରକୁ ଆମେ ସ୍ଵଛ ସୁନ୍ଦର ଓ ପରିଷ୍କାର ରଖିବା ବୋଲି କହିଛନ୍ତି ମେୟର।

ରାଜଧାନୀରେ ବଢ଼ିବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଏନେଇ ବିଏମସିର ଚିନ୍ତା ବଢୁଥିବା ବେଳେ ଅନେକ ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରିଛି ବିଏମସି। ନୟାପଲ୍ଲୀ ଆଇଆରସି ଭିଲେଜ, ପୁରୁଣା ଭୁବନେଶ୍ୱର ସହ ସାଲିଆ ସାହିରେ ରହିଛି ସମ୍ବେଦିନଶୀଳ ଅଞ୍ଚଳ। ଏହି ଅଞ୍ଚଳଗୁଡିକ ଅଧିକ ଫୋକସ କରିଛି ବିଏମସି। ଦିନକୁ ଦୁଇଥର ଫଗିଙ୍ଗ ହେଉଥିବା ବେଳେ ଲୋକମାନଙ୍କୁ ସଚେତନ କରାଯାଉଛି।

ପୂର୍ବଥର ଭଳି ଚଳିତ ବର୍ଷ ଡେଙ୍ଗୁ ରୋଗର ପରିସୀମା ଏତେ ବ୍ୟାପକ ହୋଇନାହିଁ। ଏହାଶହ ଗଙ୍ଗୁଆ ଏବଂ ଦୟା କେନାଲ ବନ୍ଧ ସଫେଇ ଆରମ୍ଭ ହୋଇସାରିଛି। ସେଭଳି ଜଟିଳ ପରିସ୍ଥିତି ବର୍ତମାନ ନାହିଁ।  ଆବଶ୍ୟକ ପଡିଲେ ଆମେ ଡ୍ରୋନର ବ୍ୟବହାର କରିବୁ ବୋଲି କହିଛନ୍ତି ଭୁବନେଶ୍ୱର ମେୟର।  ଏହାଶହ ଫଗିଙ୍ଗ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରାଯାଇ ଇ ଭେକିଲ ମାଧ୍ୟମରେ ଫଗିଙ୍ଗ କରାଯିବ।ଖୁବଶୀଘ୍ର ୨୦ଟି ଫଗ ମେସିନ ଆଣାଯିବ।  ବିଏମସି ତରଫରୁ ୨୨ଟି ସହରଞ୍ଚଳ ଚିକିସ୍ୟାଳୟରେ ମଧ୍ୟ ରକ୍ତ ନମୁନା ସଂଗ୍ରହ କରାଯିବାର ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.