ସ୍ମାର୍ଟ ସୁଇଚ୍‌ରେ ଢାକାରେ ବସି ଅପରେଟ କରୁଥିଲା ଆସାଦୁର୍‌ ଜମାନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଧୀରେ ଧୀରେ ଖୋଲିବାରେ ଲାଗିଛି ସିମ୍‌ ବକ୍ସ ପଛର ସାଂଘାତିକ ତଥ୍ୟ। ସ୍ମାର୍ଟ ସୁଇଚ୍‌ ଦ୍ୱାରା ହେଉଥିଲା ସିମ୍‌ ବକ୍ସ କଣ୍ଟ୍ରୋଲ। ଢାକାରେ ବସି ଆସାଦୁର ଭୁବନେଶ୍ୱର ଓ ରାଞ୍ଚିରେ ବସିଥିବା ସିମ୍‌ ବକ୍ସକୁ ଅପରେଟ୍‌ କରିବା ସହ କଣ୍ଟ୍ରୋଲ କରୁଥିଲା।

କମିଶନରେଟ ପୁଲିସ୍‌ ଓ NIA ପକ୍ଷରୁ ଗୁଡ଼ାଇତୁଡ଼ାଇ ପଚରାଉଚରା ପରେ ଏପରି ସାଂଘାତିକ ତଥ୍ୟ ଉଗାରିଛି ରାଜୁ ମଣ୍ଡଳ। ତେବେ ସିମ୍‌ ବକ୍ସ ମାମଲାରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି କମିଶନର | ଢାକାରେ ବସି ସ୍ମାର୍ଟ ସୁଇଚ୍‌ ସାହାର୍ଯ୍ୟରେ ସିମ ବକ୍ସ ଅପରେଟ କରୁଥିଲା ମୁଖ୍ୟ ଅଭିଯୁକ୍ତ ଆସାଦୁର୍‌ ଜମାନ | ଭୁବନେଶ୍ବର ଓ ରାଞ୍ଚି ସିମ୍‌ବକ୍ସ ସେଣ୍ଟରକୁ ଡାଇରେକ୍ଟ ଅପରେଟ କରୁଥିଲା | ସ୍ମାର୍ଟ ସୁଇଚ୍‌ ଲଗାଇ ଢାକାରେ ବସି ସିମ୍‌ବକ୍ସ ଅପରେଟ କରୁଥିଲା ଆସାଦୁର୍‌ |

ଭାରତରେ ମାତ୍ର ସେ ୨ ମାସ ଥିଲା | ଅଗରତାଲା ବାଟେ ଭାରତରେ ପ୍ରବେଶ କରିଥିବା ବେଳେ ପଶ୍ଚିମବଙ୍ଗ ବାଟ ଦେଇ ସେ ଢାକାକୁ ଯାଇଥିଲା ବୋଲି କହିଛନ୍ତି କମିଶନର | ସେପଟେ ରାଜୁ ମଣ୍ଡଳକୁ ଜେରା କରିଛି ଏନ୍‌ଆଇଏ ଟିମ୍‌ | ତେବେ ଅଧିକ ଜେରା ପାଇଁ ରାଜୁ ମଣ୍ଡଳକୁ ଆଉ ୭ ଦିନ ରିମାଣ୍ଡରେ ଆଣିବାକୁ ଆବେଦନ ହେବ ବୋଲି ସୂଚନା ଦେଇଛନ୍ତି କମିଶନର ସଂଜୀବ ପଣ୍ଡା |

Leave A Reply

Your email address will not be published.