ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶର ତୃତୀୟ ଦିନରେ ବିରୋଧୀଙ୍କ ହୋହାଲ୍ଲା ଭିତରେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ପ୍ରଧାନ। ଏହି କ୍ରମରେ ଲକ୍ଷ୍ମୀ ବସ ଯୋଜନା ବିଷୟ ଉଠାଇ କେତେ ଲାଭ ଓ କେତେ କ୍ଷତି ହୋଇଥିବାର ହିସାବ ମାଗିଥିଲେ ବିଧାୟକ।
ଏହାର ଉତ୍ତର ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଜେନା ରଖିଥିଲେ। ସାରା ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ଲକ୍ଷ୍ମୀ ବସ୍ ଯୋଜନାରେ ମାତ୍ର ଗୋଟିଏ ବର୍ଷ ଭିତରେ ମୋଟ ୩୯୯ କୋଟି ୧୨ ଲକ୍ଷ ୪୪ ହଜାର ୬୪୦- ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏଥିରୁ ଆଦାୟ ହୋଇଥିଲା ମାତ୍ର ୨୫ କୋଟି ୩ ଲକ୍ଷ ଟଙ୍କା ।
ଏହି ଯୋଜନାରେ ୩୭୪ କୋଟି ୮ ଲକ୍ଷ ୫୮ ହଜାର ଟଙ୍କାର କ୍ଷତି ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଅକ୍ଟୋବର ୨୦୨୩ରୁ ଅଗଷ୍ଟ ୨୦୨୪ ଯାଏଁ ୧୦ ମାସରେ ଏତିକି କ୍ଷତି ହୋଇଛି। ଲକ୍ଷ୍ମୀ ଯୋଜନାରେ ୧୩୪୦ଟି ବସ୍ ଚାଲିଛି। ହେଲେ ଏଥିରେ ୩୯୯ କୋଟି ବ୍ୟୟ ଓ ଆୟ ମାତ୍ର ୨୫ କୋଟି ୩ ଲକ୍ଷ ଟଙ୍କା ହୋଇଥିବା ପରିବହନ ମନ୍ତ୍ରୀ କହିଛନ୍ତି।
Comments are closed.