ନୂଆବର୍ଷର ପ୍ରଥମ ଦିନରେ ଅଶୋକ ପଣ୍ଡାଙ୍କ ତେରେଚ୍ଛା ବାଣ

0

ଓଡ଼ିଆ ନ୍ୟୁଜ୍:  ନୂଆବର୍ଷର ପ୍ରଥମ ଦିନରେ ପୁଣି ଥରେ ନବୀନଙ୍କ ଉତ୍ତରାଧିକାରୀ ଚର୍ଚ୍ଚା।ନବୀନଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ପରେ ଏପରି କିଛି କହିଲେ ଅଶୋକ ପଣ୍ଡା।କିଏ ଚାହିଁଚି ସିଏ ଅଲଗା କଥା, କିନ୍ତୁ ସବୁଠାରୁ ବଡ଼ କଥା ହେଲା ଗ୍ରହଣୀୟତା। ଓଡିଶା ଲୋକ ନବୀନ ବାବୁଙ୍କୁ ଗ୍ରହଣ କଲେ, ବିଜୁ ବାବୁ କଣ ବାଛିଥିଲେ?।ଯାହାକୁ ଓଡ଼ିଶାବାସୀ ଗ୍ରହଣ କରିବେ, ସିଏ ହିଁ ଓଡ଼ିଶାବାସୀଙ୍କ ସ୍ଵାର୍ଥ ଜଗିବ।ଦଳରେ ସମସ୍ତେ ଗୋଟିଏ କଥା କହୁଛନ୍ତି, ନବୀନ ବାବୁ ଆମର ନେତା।ନବୀନ ବାବୁ କହିଛନ୍ତି ଓଡ଼ିଶାବାସୀ ଉତ୍ତରାଧିକାରୀ ବାଛିବେ ବୋଲି କହିଛନ୍ତି ଅଶୋକ ପଣ୍ଡା।

କୌଣସି ବିବାଦ ନାହିଁ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ଅଶୋକ ପଣ୍ଡା ।ଦଳର ଉତ୍ତରାଧିକାରୀ କିଏ ହେବ ପ୍ରଶ୍ନରେ ଉତ୍ତର ରଖି ଅଶୋକ ପଣ୍ଡା କହିଛନ୍ତି, ନବୀନ ପଟ୍ଟନାୟକ ହିଁ ସବୁ କିଛି । ଯେବେ ଯାଏଁ ନବୀନ ଅଛନ୍ତି ସେ ଯାଏ ଅନ୍ୟ କଥା ଆଲୋଚନା କାହିଁକି ? କିଏ ଉତ୍ତରାଧିକାରୀ ହେବେ ବା ନ ହେବେ ସେ କଥା ନବୀନ କହିବେ । ନବୀନ ପଟ୍ଟନାୟକ ଆଗରୁ ବି ଏଇଠି କହିଛନ୍ତି ତାଙ୍କ ଉତ୍ତରାଧିକାରୀ ଓଡ଼ିଶାବାସୀ ବାଛିବେ ବୋଲି ।

Leave A Reply

Your email address will not be published.