ସୂର୍ଯ୍ୟ ମନ୍ଦିରର ନାଟ୍ୟ ମଣ୍ଡପକୁ ବାରଣ

0

ଓଡ଼ିଆ ନ୍ୟୁଜ୍: ପର୍ଯ୍ୟଟକଙ୍କ ପାଇଁ ସୂର୍ଯ୍ୟ ମନ୍ଦିରର ନାଟ୍ୟ ମଣ୍ଡପ ବନ୍ଦ କଲା ASI। ପର୍ଯ୍ୟଟକମାନଙ୍କ ଅସାବଧାନତାରୁ ବାରମ୍ବାର ଦୁର୍ଘଟଣା ହେଉଥିବାରୁ ପଦକ୍ଷେପ।ମନ୍ୟୁମେଣ୍ଟ ଆଇନ ଅନୁଯାୟୀ ଚଢ଼ିବା ବାରଣ ଥିବା କାରଣ ଦର୍ଶାଇ କଟକଣା। ବାରିକେଟ ଲଗାଇ ନାଟ୍ୟ ମଣ୍ଡପର ୪ ଦ୍ଵାର ସମ୍ମୁଖକୁ ବନ୍ଦ କରାଯାଇଛି। ଏହା ଦ୍ବାରା ପର୍ଯ୍ୟଟକମାନେ ଆଉ ନାଟମଣ୍ଡପକୁ ଚଢି କୀର୍ତିରାଜି ଓ ମୁଖ୍ୟ ମନ୍ଦିରର ଦୃଶ୍ୟକୁ ସେହିଠାରୁ ଦେଖି ପାରିବେ ନାହିଁ। ନାଟମଣ୍ଡପ ଉପରୁ ସେଲ୍‌ଫି ଓ ଫଟୋ ନେଇପାରିବେ ନାହିଁ।

ଏଏସ୍‌ଆଇ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ ପର୍ଯ୍ୟଟକମାନେ କୌଣସି କୀର୍ତ୍ତିରାଜିକୁ ପାଖରୁ ସ୍ପର୍ଶ କରିପାରିବେ ନାହିଁ। ଏନେଇ ଆଜି ଏଏସଆଇ ପକ୍ଷରୁ ନିଷେଧାଦେଶ ଜାରି କରାଯାଇ ସିକ୍ୟୁରିଟଗାର୍ଡମାନଙ୍କୁ ନିୟୋଜିତ କରି ପର୍ଯ୍ୟଟକମାନଙ୍କ ଉପରକୁ ଯିବାକୁ ବାରଣ କରାଯାଉଥିବା ଦେଖାଯାଇଛି।

Leave A Reply

Your email address will not be published.