ଓଡ଼ିଆ ନ୍ୟୁଜ୍: ବର୍ଷାରେ ଧୋଇଗଲା ଅନ୍ତିମ ମ୍ୟାଚ, ଟି-୨୦ ସିରିଜ୍ ଜିତିଲା ଭାରତ। ବର୍ଷା କାରଣରୁ ଅଧାରୁ ବାତିଲ ହେଲା ସିରିଜର ଅନ୍ତିମ ମ୍ୟାଚ୍। ଖେଳ ବନ୍ଦ ବେଳକୁ ଭାରତ ୫୨/୦; ଗିଲ୍-୨୯, ଅଭିଷେକ-୨୩। ୨-୧ରେ ସିରିଜ୍ କବ୍ଜା କଲା ଡିଫେଣ୍ଡିଂ ଟି-୨୦ ଚାମ୍ପିଅନ୍।ODI ସିରିଜ୍ ପରାଜୟର ବଦ୍ଲା ଟି-୨୦ରେ ନେଲା ଭାରତ।
ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୪.୫ ଓଭରରେ କୌଣସି ଓ୍ବିକେଟ ନ ହରାଇ ୫୨ ରନ କରିଥିଲା । ଅଭିଷେକ ଶର୍ମା ୨୩ ରନ ଓ ଶୁବମନ ଗିଲ୍ ୨୯ ରନ କରିଥିଲେ । ଏହି ସମୟରେ ପ୍ରବଳ ବର୍ଷା ହେବାରୁ ମ୍ୟାଚ ଅଟକି ରହିଥିଲା । ପରେ ସ୍ଥିତିରେ ଉନ୍ନତି ନ ଆସିବାରୁ ମ୍ୟାଚ ରେଫରି ମ୍ୟାଚ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ।
ରୋଚକ କଥା ହେଉଛି ଏହି ୫ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଓ ଶେଷ ମ୍ୟାଚ ବର୍ଷା ଯୋଗୁଁ ରଦ୍ଦ ହୋଇଛି । ଅର୍ଥାତ ବର୍ଷା ଏହି ସିରିଜକୁ ଏକ ୩ ମ୍ୟାଚ ବିଶିଷ୍ଟ ସିରିଜରେ ପରିଣତ କରିଦେଇଥିଲା ଯେଉଁଥିରେ ଭାରତ ୨ଟି ମ୍ୟାଚ ଓ ଅଷ୍ଟ୍ରେଲିଆ ଗୋଟିଏ ମ୍ୟାଚ ଜିତିଛି ।