ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବାରଙ୍ଗ ଥାନା ଏଏସ୍ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବାରଙ୍ଗ ଥାନା ଏଏସ୍ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଅଶୋକ ପ୍ରଧାନ। ନନ୍ଦନକାନନର ପଦାସାହି ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରୁଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।
କଟକ ବଡ଼ ମେଡିକାଲ କୁ ମୃତ ଦେହ ଉଦ୍ଧାର କରି ପଠାଇଲା ପୋଲିସ। ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ ରହିଛି। ଘଟଣା ସ୍ଥଳରେ ନନ୍ଦନ କାନନ ଥାନା ପୋଲିସ ଓ ସାଇଣ୍ଟ ଫିକ ଟିମ ପ୍ରାଥମିକ ତଦନ୍ତ ରୁ ଆତ୍ମହତ୍ୟା କରିଛନ୍ତି ବୋଲି ଜଣା ପଡ଼ିଛି। ଶବ ବ୍ୟବଚ୍ଛେଦ ପାଇଁ ଏସ ସି ବି କୁ ପଠାଯାଇଛି। କେଉଁ କାରଣରୁ ମୃତ୍ୟୁ ହୋଇଛି କାରଣ ଜଣା ପଡ଼ିନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣା ର ରହସ୍ୟ ଜଣା ପଡିବ।ତଦନ୍ତ ଚାଲିଛି ବୋଲି କହିଛନ୍ତି ଡିସିପି।