ଜୁଲାଇ ୭ରେ ଏସୀୟ କ୍ରୀଡ଼ା ନିଷ୍ପତ୍ତି ନେବ ବିସିସିଆଇ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜୁଲାଇ ୭ରେ ଏସୀୟ କ୍ରୀଡ଼ା ନିଷ୍ପତ୍ତି ନେବ ବିସିସିଆଇ । ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଭା‌ଗ ନେବା ନେଇ ନିଷ୍ପତ୍ତି ଜୁଲାଇ ୭ରେ ହେବାକୁ ଥିବା ଭାରତୀୟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଆପେକ୍ସ ପରିଷଦ ବୈଠକରେ ହେବ। ଏ ପର୍ଯ୍ୟନ୍ତ ବୈଠକର ସ୍ଥାନ ଓ ସମୟ ସ୍ଥିର ହୋଇନଥିଲେ ମଧ୍ୟ ଏସୀୟ କ୍ରୀଡ଼ା ବିଷୟ ୪ ନମ୍ବରରେ ରହିଛି। ଯଦି ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ ନିଷ୍ପତ୍ତି ହୁଏ ତେବେ ଦିନିକିଆ ‌ବିଶ୍ବକପ୍‌ ଲାଗି ମୁଖ୍ୟ ଦଳ ବ୍ୟସ୍ତ ଥିବାରୁ ଦ୍ବିତୀୟ ଶ୍ରେଣୀୟ ଏକ ପୁରୁଷ ଦଳ ଯିବ। କିନ୍ତୁ ମହିଳାର ମୁଖ୍ୟ ଦଳ ଯିବ।

ଏସୀୟ କ୍ରୀଡ଼ା ଚୀନ୍‌ର ହାଙ୍ଗଝୁରେ ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଆୟୋଜିତ ହେବ। କ୍ରିକେଟ୍‌ ଟ୍ବେଣ୍ଟି-୨୦ ଫର୍ମାଟରେ ଖେଳାଯିବ। ପୂର୍ବରୁ ୨୦୧୦, ୨୦୧୪ରେ କ୍ରିକେଟ୍‌ ସାମିଲ ଥିଲା ବେଳେ ୨୦୧୮ରେ ଏହା ନଥିଲା। ପୁଣି ଥରେ ଏହା ଫେରିଛି। ୨୦୨୨ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲା ଭାରତୀୟ ମହିଳା ଦଳ ।

Leave A Reply

Your email address will not be published.