ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଏସୀୟ କବାଡ଼ି ଚାମ୍ପିଅନ୍ସିପରେ ଫାଇନାଲ୍ରେ ପ୍ରବେଶ କରିଛି ଭାରତ। ପ୍ରଥମ ୩ ମ୍ୟାଚ୍ରେ ଆୟୋଜକ ଦକ୍ଷିଣ କୋରିଆ, ଚାଇନିଜ୍ ତାଇପେ ଓ ଜାପାନକୁ ହରାଇଥିବା ଭାରତ ଗୁରୁବାର ଇରାନକୁ ୩୩-୨୮ରେ ମାତ୍ ଦେଇଛି। ଭାରତୀୟ ଅଧିନାୟକ ପବନ ସେରୱାତ ୧୬ ପଏଣ୍ଟ କରିଥିଲେ। ଏଥିସହ ଭାରତ ୪ରୁ ୩ ବିଜୟ ସହ ୮ ପଏଣ୍ଟ ପାଇ ୬ ରାଷ୍ଟ୍ରୀୟ ଏହି ପ୍ରତିଯୋଗିତା ଟେବୁଲର ଶୀର୍ଷ ସ୍ଥାନକୁ ଆହୁରି ମଜଭୁତ କରିଛି। ଭାରତ ଶୁକ୍ରବାର ଶେଷ ଲିଗ୍ ମ୍ୟାଚ୍ରେ ହଂକଂକୁ ଭେଟିବ।
୮ ଥର ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା ବେଳେ ଭାରତ ୭ ଥର ବିଜେତା ହୋଇଛି। କେବଳ ଇରାନ (୨୦୦୩) ଥରେ ବିଜେତା ହୋଇଛି।