ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଅଲିମ୍ପିକ୍ ବିଜେତା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ଏସୀୟ ପାରା କ୍ରୀଡ଼ା ଟିକେଟ୍। ଗ୍ରେଟର ନୋଏଡ଼ାରେ ଆୟୋଜିତ ଦୁଇ ଦିନିଆ ପାରା ବ୍ୟାଡ୍ମିଣ୍ଟନ୍ ଟ୍ରାଏଲ୍ସରେ ସେ ନିଜର ଚମକ ଦେଖାଇ ଭାରତୀୟ ଏସିଆଡ୍ ଦଳରେ ସ୍ଥାନ ନିଶ୍ଚିତ କରିଥିଲେ। ସେ ପୁରୁଷ ଏକକ, ଯୁଗଳ ସହ ମିଶ୍ରିତ ଯୁଗଳରେ ଅଂଶଗ୍ରହଣ କରିବେ। ଟ୍ରାଏଲ୍ସରେ ସେ ଏକକ ଏସ୍ଏଲ୍ ୩ ବର୍ଗରେ ୫ରୁ ୪ ଜିତିଥିଲେ। ଯୁଗଳରେ ବିଶ୍ବର ଏକ ନମ୍ବର ଯୋଡ଼ି ସେ ଓ ତାଙ୍କ ସାଥୀ ସୁକାନ୍ତ କଦମ ୪ରୁ ୩ ମ୍ୟାଚ୍ ଜିତିଥିଲେ। ମିଶ୍ରିତ ଯୁଗଳରେ ପ୍ରମୋଦ ଓ ମନୀଷା ରାମଦାସ ୬ରୁ ୫ଟିରେ ବିଜୟୀ ହୋଇଥିଲେ।