ଅମୀର ଖାନଙ୍କୁ ଆସାମ ମନା: ହିମନ୍ତ ବିଶ୍ୱଶର୍ମା

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ):  ପୁଣି ବିବାଦରେ ସୁପରଷ୍ଟାର ଅମିର ଖାନ୍। ନିକଟରେ ଅମୀର ଖାନଙ୍କ ଫିଲ୍ମ ଲାଲ ସିଂହ ଚଡ୍ଡା ରିଲିଜ ହୋଇଛି । ଏହି ଫିଲ୍ମକୁ ନେଇ ଅନେକ ଦିନ ହେବ ବିଭିନ୍ନ ସ୍ଥାନରେ ବିବାଦ ଦେଖାଦେଉଛି । କିନ୍ତୁ ସବୁ ପରେ ମଧ୍ୟ ଫିଲ୍ମ ଲାଲ ସିଂହ ଚଡ୍ଡା ଗତ ୧୧ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ତେବେ ଏହି ଫିଲ୍ମ ରିଲିଜ ପରେ ଏବେ ଅମିର ଖାନଙ୍କ ଆସାମ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱକର୍ମା ଅମୀର ଖାନଙ୍କୁ ବର୍ତ୍ତମାନ ଆସାମ ନ ଆସିବାକୁ ପରାମର୍ଶ ଦେଇଛନ୍ତି ।

ଆସନ୍ତା ଅଗଷ୍ଟ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଆସାମରେ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଚାଲିବ । ଯାହାଫଳରେ ଏହି ସମୟରେ ଅମୀର ଖାନଙ୍କ ଆସାମ ଗସ୍ତକୁ ସ୍ଥଗିତ ରଖିବା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ତେବେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଶେଷ ହେବା ପରେ ଅମୀର ଖାନ ଆସାମ ଆସିପାରିବେ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱକର୍ମା ପ୍ରସ୍ତାବ ଦେଇଛନ୍ତି । ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.