କ୍ରସ୍‌ ଭୋଟିଂକୁ ନେଇ ଆକ୍ସନ ହେଉ: ଅଶ୍ୱିନ ପାତ୍ର

0

ଓଡ଼ିଆ ନ୍ୟୁଜ୍: କ୍ରସ୍‌ ଭୋଟିଂ ନେଇ ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର। କ୍ରସ୍‌ ଭୋଟିଂ କରିଥିବା ବିଧାୟକଙ୍କ ଉପରେ ଆକ୍ସନ ନିଆଯିବା ଦରକାର। ଦଳର ନୀତି, ଆଦର୍ଶ ରହିଛି; ଏହା ବିରୋଧରେ ଗଲେ ଦଳ ନିମ୍ନଗାମୀ ହୁଏ।

ସେ କହିଛନ୍ତି କ୍ରସ ଭୋଟିଙ୍ଗ କରିଥିବା ବିଧାୟକଙ୍କ ଉପରେ ଆକ୍ସନ ନିଆଯିବା ଦରକାର । ଦଳର ନୀତି ଅଛି, ଆଦର୍ଶ, ସିଦ୍ଧାନ୍ତ ଅଛି । ଏହା ବିରୋଧରେ ଯିଏ ଯାଏ, ଦଳ ନିମ୍ନଗାମୀ ହୁଏ । ବିଜେଡି ସଭାପତି ଯେଉଁ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ତାହା ସ୍ୱାଗତଯୋଗ୍ୟ । ବହିଷ୍କାର ଦ୍ୱାରା ହୁଏତ ବିଶୃଙ୍ଖଳା ବଢୁଛି, ତେଣୁ ସେ ଧୀରେ ଧୀରେ ଆକ୍ସନ ନେଉଛନ୍ତି ।

ଗତକାଲିର ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂକୁ ନେଇ କଂଗ୍ରେସ ପରେ ବିଜେଡି ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏନେଇ ବିଜେଡି ଆଜି ଦଳର ୬ ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ତରଫରୁ ଜାରି ହୋଇଥିବା ଏହି ନୋଟିସ୍ରେ ଆସନ୍ତା ୨୦ ତାରିଖ ଅପରାହ୍ଣ ୫ଟା ସୁଦ୍ଧା କାରଣ ଦର୍ଶାଇବା ପାଇଁ ଉଲ୍ଲେଖ ରହିଛି।

Leave A Reply

Your email address will not be published.