ମାତ୍ର ୧୮ ବର୍ଷ ବୟସରେ ଗୁଗଲରେ ଚାକିରୀ

0

ଓଡ଼ିଆ ନ୍ୟୁଜ, ନୂଆଦିଲ୍ଲୀ : ପ୍ରତିବର୍ଷ ଯୁକ୍ତରାଷ୍ଟ୍ରର ହାଇସ୍କୁଲର ବୟସ୍କମାନେ ଅନିଶ୍ଚିତତା, ଆଶା ଏବଂ ଅଭିଳାଷର ଯାତ୍ରା ଆରମ୍ଭ କରନ୍ତି: କଲେଜ ଆବେଦନ ପ୍ରକ୍ରିୟା | ଏହି ମୂହୁର୍ତ୍ତଟି ସେମାନଙ୍କର ଭବିଷ୍ୟତର ଗତିପଥ ନିର୍ଣ୍ଣୟ କରିପାରିବ, ଏହାକୁ ରୋମାଞ୍ଚକର ଏବଂ ରାକିଙ୍ଗ୍ କରିପାରେ | କୁହାଯାଏ ବିଫଳତାରୁ ମିଳିଥାଏ ସଫଳତା । ଏଥିପାଇଁ ଥକି ନଯାଇ ଆଗକୁ ବଢି ଚାଲିବା ଦରକାର ।

 

ଆଉ ଏହି କଥାକୁ ସତ କରି ଦେଖାଇଛନ୍ତି ଜଣେ ୧୮ ବର୍ଷିୟ ଯୁବକ । ଇଏ ଏମିତି ଜଣେ ଯୁବକ, ଯିଏକି ଟପ୍ପର ହେବା ପରେ ବି ୧୬ କଲେଜରୁ ହୋଇଛନ୍ତି ରିଜେକ୍ଟେ । ଏହା ପରେ ବି ମାନିନଥିଲେ ହାର । ରିଜେକ୍ସନ ପରେ ରିଜେକ୍ସନ ହୋଇଚାଲିଥିଲେ । କିନ୍ତୁ ୧୬ ଥର ରିଜେକ୍ଟ ପରେ ଏବେ ସେ ହୋଇଛନ୍ତି ସିଲେକ୍ସନ୍ । ତାଙ୍କୁ ଚାକିରୀ ଦେଇଛି ଗୁଗୁଲ୍ । ଏହି ଯୁବକ ଜଣକ ହେଉଛନ୍ତି ଷ୍ଟେନ୍‌ଲି ଝୋଙ୍ଗ୍‌ । ଆମେରିକାର ପାଲାଓ ଅଲ୍‌ଟୋର ୧୮ ବର୍ଷିୟ ଷ୍ଟେନ୍‌ଲି ଚଳିତ ବର୍ଷ ଗୁନ୍‌ ହାଇସ୍କୁଲ୍‌ରୁ ପାସ୍‌ କରିଥିଲେ ।‘ସ୍କୋଲାଟିକ୍‌ ଆସେସ୍‌ମେଣ୍ଟ୍‌ ଟେଷ୍ଟ୍‌’(SAT)ରେ ସେ ୧୬୦୦ ନମ୍ବରରୁ ରଖିଥିଲେ ୧୫୯୦ ନମ୍ବର । ଏହାପରେ ସଫୋମୋର୍‌ ଇୟର୍‌ରେ ନିଜର ନୂଆ କମ୍ପାନି ‘ରାବିଟ୍‌ସାଇନ୍‌’ ଆରମ୍ଭ କରିଥିଲେ ବି ଉଚ୍ଚ ଶିକ୍ଷା ନିମନ୍ତେ ସେ ୧୮ଟି କଲେଜରେ ଆବେଦନ କରିଥିଲେ । ଏଥିମଧ୍ୟରୁ ୧୬ଟି କଲେଜ୍ ତାଙ୍କ ଆବେଦନପତ୍ର ଖାରଜ କରିଥିଲେ ।

କେବଳ ଷ୍ଟେନ୍‌ଲି ନୁହନ୍ତି, ତାଙ୍କ ପରି ହଜାର ହଜାର ଶିକ୍ଷାର୍ଥୀଙ୍କ ଆବେଦନପତ୍ର ଖାରଜ ହୋଇଥିଲା ।ସେ ‘ମାସାଚ୍ୟୁସେଟ୍‌ସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି’, ‘କାର୍ଣ୍ଣିଜି ମେଲୋନ୍‌‘ ଓ ‘ଷ୍ଟାନ୍‌ଫୋର୍ଡ’ ସମେତ ୧୬ଟି କଲେଜ୍‌ ଆଡ୍‌ମିସନ୍‌ କରିବାକୁ ଆପ୍ଲାଇ କରିଥିଲେ । କିନ୍ତୁ ଏଥିରୁ ହୋଇଥିଲେ ରିଜେକ୍ଟ । ଶେଷରେ ଷ୍ଟେନଲି ନିରାଶ ହେବା ପରେ ‘ଗୁଗଲ୍‌’ରେ ଜଣେ ସଫ୍ଟୱେର୍‌ ଇଞ୍ଜିନିୟର୍‌ ଭାବେ ଚାକିରି ପାଇଲେ । ଚଳିତ ସପ୍ତାହରେ ସେ ଏହି ନୂଆ ଚାକିରିରେ ଯୋଗ ଦେଇଛନ୍ତି ।

Leave A Reply

Your email address will not be published.