ୟୁଟ୍ୟୁବରେ ବିଧାୟକଙ୍କୁ ଆକ୍ଷେପ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୟୁଟ୍ୟୁବରେ ବିଧାୟକଙ୍କୁ କଟାକ୍ଷ କରି ବନ୍ଧା ହେଲେ ଯୁବକ । ଏଭଳି ଖବର ସାମ୍ନାକୁ ଆସିଛି କେନ୍ଦ୍ରାପଡା ଜିଲ୍ଲାରୁ । ଯାଜପୁର ଜିଲ୍ଲା ଧର୍ମଶାଳ ବିଧାୟକ ହିଂମାଶୁ ଶେଖର ସାହୁଙ୍କ ବିରୋଧରେ ଲଗାତାର କିଛି ମାସ ହେବ ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରି ଗିରଫ ହେଲେ ୟୁଟ୍ୟୁବର ଜୟଦେବ ଲେଙ୍କା ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଧର୍ମଶାଳା ବିଧାୟଙ୍କ ବିରୋଧରେ ପ୍ରାୟ ୪ ମାସ ହେବ ବାରମ୍ବାର ସୋଶାଲ ମିଡ଼ିଆରେ ଆପତ୍ତିଜଣକ ମନ୍ତବ୍ୟ ପୋଷ୍ଟ କରୁଥିଲେ ଜୟଦେବ । ଏପରିକି ୨ ଦିନ ତଳେ କରିଥିବା ପୋଷ୍ଟରେ ତାଙ୍କୁ ଗିରଫ କରିବାକୁ ଚ୍ୟାଲେଞ୍ଜ ଦେଇଥିଲେ। ଏନେଇ ବିଧାୟକଙ୍କ ସମର୍ଥକ ଗତ ୨୮ ତାରିଖରେ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ ।

ପୁଲିସ ଏହି ଘଟଣାକୁ ଗୁରୁତର ସହ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହାପରେ ଭୁବନେଶ୍ୱରରୁ ଜୟଦେବଙ୍କୁ ଗିରଫ କରି ଧର୍ମଶାଳା ପୋଲିସ ନେଇଥିବା ସୂଚନା ରହିଛି । ତେବେ ଜୟଦେବ କେଉଁ କାରଣରୁ ଧର୍ମଶାଳା ବିଧାୟକଙ୍କ ବିରୋଧରେ ଏପରି ପୋଷ୍ଟ କରୁଥିଲେ ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ ।

Leave A Reply

Your email address will not be published.