ନୋସେରା ସୀମା ଦେଇ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୋମବାର ଦିନ ଜମ୍ମୁ-କଶ୍ମୀରର ରାଜୌରୀ ଜିଲ୍ଲାର ଭାରତ-ପାକିସ୍ଥାନ ସୀମାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ସେନା ପଣ୍ଡ କରିଛି। ଫଳରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଜାମ୍ମୁ କାଶ୍ମୀର ଏଲ୍‌ଓସି ନିକଟରେ ୨ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।

ତେବେ ସୂଚନା ମୁତାବକ, ପାକିସ୍ତାନରୁ କିଛି ଆତଙ୍କବାଦୀ ନୋସେରା ସୀମା ଦେଇ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ନେଇ ଭାରତୀୟ ସେନାକୁ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ ଭାରତୀୟ ସେନା ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥଲା। ଏହି ସମୟରେ ସେନା ଉପରକୁ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ସେନା ମଧ୍ୟ ଏହାର ପାଲଟ ଜବାବ ଦେଇଥିଲା। ସେନା ଗୁଳିରେ ୨ ଆତଙ୍କୀ ନିହତ ହୋଇଥିଲେ। ଏଥିସହ ବିପୁଳ ମାରଣାସ୍ତ୍ର ଜବତ କରିଥିଲା ସେନା।

ଆତଙ୍କୀ ଲୁଚି ରହିଥିବା ସନ୍ଦେହରେ  ସେନା ପକ୍ଷରୁ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଅଗଷ୍ଟ ଶେଷ ସପ୍ତାହରେ ରାଜୌରୀରେ ଆଉ ଏକ ଏନକାଉଣ୍ଟର ହୋଇଥିଲା; ଯେତେବେଳେ ସେନା ଲାଠି ଅଞ୍ଚଳରେ ଏକ ସନ୍ଦିଗ୍ଧ ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନକୁ ଟାର୍ଗେଟ କରିଥିଲା। ଜୁଲାଇରେ ଆତଙ୍କବାଦୀମାନେ ଉକ୍ତ ଜିଲ୍ଲାର ଗୁଣ୍ଡା ଅଞ୍ଚଳରେ ଏକ ସୁରକ୍ଷା ପୋଷ୍ଟ ଉପରେ ଆକ୍ରମଣ କରିବା ପରେ ଜଣେ ଯବାନ ଆହତ ହୋଇଥିଲେ |

Leave A Reply

Your email address will not be published.