ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଫେଲ ମାରିଲା ଏଟିଏମରୁ ଲୁଟ୍ ଉଦ୍ୟମ। ନାବାଳକଙ୍କୁ କାବୁ କଲା ପୋଲିସ। ଭୁବନେଶ୍ବର ବରଗଡ ଥାନା ଅଧୀନରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମରୁ ଲୁଟ ଉଦ୍ୟମ ହୋଇଛି।
୨୯ ପିସିଆର ଲୁଟେରାଙ୍କୁ କାବୁ କରି ନେଇଛି। ଲୁଟେରାଙ୍କ ନିକଟରୁ ଲଙ୍କା ଗୁଣ୍ଡ ଓ ମାରଣାସ୍ତ୍ର ଜବତ ହୋଇଛି । ପୂର୍ବରୁ ନାବାଳକଙ୍କ ନାମରେ ଅପରାଧିକ ମାମଲା ରହିଛି। ନାବାଳକ ସହିତ ଆଉ କିଏ ଅଛନ୍ତି ତାର ତଦନ୍ତ ଚାଲିଛି।