ଟିକେଟ ନପାଇ ନିରାଶ ହେଲେ ଦର୍ଶକ, ୪୦ ହଜାର ଲୋକ ଲାଇନ କରିଥିଲେ କିନ୍ତୁ ୧୨ ହଜାର ୯୩ ଜଣେ ପାଇଲେ ଟିକେଟ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଟିକେଟ ନପାଇ ନିରାଶ ହୋଇ ଫେରିଲେ ହଜାର ହଜାର ଦର୍ଶକ। କମିଶନରେଟ ପୋଲିସର ତଥ୍ୟ ଅନୁସାରେ ୪୦ ହଜାର ଦର୍ଶକ ଟିକେଟ ପାଇବା ଆଶାରେ ବାରବାଟୀ ଷ୍ଟାଡିୟମ କାଉଣ୍ଟରରେ ଲମ୍ବା ଲାଇନରେ ଛିଡା ହୋଇଥିଲେ। ଓସିଏ ପକ୍ଷରୁ ମାତ୍ର ୧୨ ହଜାର ୯୩ ଟି ଟିକେଟ କାଉଣ୍ଟରରେ ସର୍ଵ ସାଧାରଣଙ୍କ ବିକ୍ରୀ ପାଇଁ ରହିଥିଲା।

match

ଯେଉଁ କାଉଣ୍ଟରରେ ଟିକେଟ ସରି ଯାଉଥିଲା ତୁରନ୍ତ କମିଶନରେଟ ପୋଲିସ ପକ୍ଷରୁ ସେ ନେଇ ଘୋଷଣା କରାଯାଉ ଥିଲା। ତେବେ ଶେଷରେ ୬ ଟା ୪୦ ମିନିଟ ସମୟରେ ସବୁ ଟିକେଟ ଶେଷ ହୋଇ ଯାଇଥିବା ଘୋଷଣା କରାଯାଇଥିଲା। ଫଳରେ ଲମ୍ବା ଲାଇନରେ ଗତକାଲି ରାତିରୁ ଅପେକ୍ଷା କରିଥିବା କ୍ରିକେଟ ପ୍ରେମୀଙ୍କୁ ନିରାଶ ହେବାକୁ ପଡିଥିଲା। କେବଳ କଟକ କି ଆଖପାଖ ନୁହେଁ ଗଜପତି, ବରଗଡ଼, ବୌଦ୍ଧ, ଢେଙ୍କାନାଳ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଟିକେଟ ଆଶାରେ ଆସିଥିବା କ୍ରିକେଟ ପ୍ରେମୀ ନିରାଶ ହୋଇ ଫେରିଥିଲେ।

Leave A Reply

Your email address will not be published.