ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର : ରତ୍ନା ବ୍ୟାନର ର ଚତୁର୍ଥ ଅବଦାନ ତଥା ଅରିନ୍ଦମ ରୟ ପ୍ରଯୋଜିତ ବହୁ ଚର୍ଚ୍ଚିତ ”ରାମ୍” ର ଅଡିଓ ଭୁବନେଶ୍ୱରସ୍ଥିତ ମହାରାଜା ସେନେମା ହଲ୍ ପରିସରରେ ବହୁ ସିନେ ପ୍ରେମୀ ଙ୍କ ଗହଣ ରେ ରିଲିଜ୍ ହୋଇଛି l ପୁଷ୍ପକ ପରିଡା ଙ୍କ ସୁନ୍ଦର ରଚନା ରେ ସଂଗୀତ ନିର୍ଦ୍ଦେଶକ ଅସଦ ନିଜାମ ଏବଂ ଲିଙ୍କନ ଙ୍କ ଦମଦାର ସଙ୍ଗୀତ ନିର୍ଦ୍ଦେଶନା ରେ ଉପସ୍ଥିତ ଦର୍ଶକ ତଥା ଶ୍ରୋତା ଝୁମିଥିଲେ l ରାମ୍ ଚଳଚ୍ଚିତ୍ର ର ଗୀତ ଗୁଡିକୁ ଓଲିଉଡ଼ ର ନାମୀ କଣ୍ଠଶିଳ୍ପୀ ଯଥା ହ୍ୟୁମାନ ସାଗର, କୁଲଦୀପ ପଟ୍ଟନାୟକ, ଅସୀମା ପଣ୍ଡା, ସତ୍ୟଜିତ ପ୍ରଧାନ ଏବଂ ସୋହିନୀ ମିଶ୍ର ଗାଇଛନ୍ତି ଏବଂ ସମସ୍ତେ ଅଡିଓ ରିଲିଜ୍ ଅବସରରେ ଉପସ୍ଥିତ ଥିଲେ l
‘ବାବୁ ଭାଇଜାନ୍’ ପରେ ନୂଆଲୁକ୍, ନୂଆ କାହାଣୀ ସହ ଦଶହରାକୁ ମା’ଙ୍କ ପାର୍ବଣ ସହ ଏଇ ଚଳଚ୍ଚିତ୍ର ଉତ୍ସବମୁଖର କରିବ ବୋଲି ସବୁରି ମୁହଁ ରେ ଚର୍ଚ୍ଚା ହେଉଛି । ବହୁଦିନର ବ୍ୟବଧାନ ପରେ ଓଡିଆ ଚଳଚ୍ଚିତ୍ରକୁ ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ଅନେକଙ୍କୁ ଖୁସି ଆଣିଦେଇଛି l ବାଙ୍ଗୀୟ ଚୁଲବୁଲି ସୁନ୍ଦରୀ ନାୟିକା ରୁପ୍ସା ଅଭିନୟ କରିଛନ୍ତି ଚଳଚ୍ଚିତ୍ର ରାମ୍ ରେ l
ରାମ୍ ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ଭାରଦ୍ୱାଜ ପଣ୍ଡା ଲେଖିଥିବା ବେଳେ ନିର୍ଦ୍ଦେଶନା ଦେଉଛନ୍ତି ଅଶୋକ ପତି। ‘ରାମ୍’ ଏକ ବିଗ୍ ବଜେଟ୍ର ସିନେମା ବୋଲି ମିଡିଆ ପ୍ଲାନର ତଥା କ୍ରି୍ଏଟିଭ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଏଥର ଦର୍ଶକ ଦେଖିବେ ସବୁଠୁ ବ୍ୟୟବହୁଳ ଓଡ଼ିଆ ଚଳଚ୍ଚିତ୍ର। ଆଉ ଅଳ୍ପ ଦିନର ଅପେକ୍ଷା ପରେ ଅରିନ୍ଦମ ରୟ, ରାହୁଲ ଦେବ ଙ୍କ ସହିତ ଅନୁଭବ ମହାନ୍ତି ଙ୍କୁ ଏକାବେଳେ ବଡ଼ ପରଦାରେ ଦର୍ଶକ ଦେଖି ଦଶହରା ରେ ନିଶ୍ଚୟ ଆନନ୍ଦିତ ହେବେ ଏଥିରେ ସନ୍ଦେହ ନାହିଁ l