ଓଡ଼ିଆ ନ୍ୟୁଜ, ନୂଆଦିଲ୍ଲୀ : ଉରୁଗୁଏରୁ ପ୍ରତିନିଧିତ୍ୱ କରୁଥିବା ଜଣେ ପୂର୍ବତନ ବିଶ୍ୱ ସୁନ୍ଦରୀ ପ୍ରତିଯୋଗୀଙ୍କ ମୃତ୍ୟୁ। ମାତ୍ର 26 ବର୍ଷ ବୟସରେ ଶେରିକା ଡି ଅର୍ମାସଙ୍କ ମୃତ୍ୟୁ ଘଟିଛି। ଅକ୍ଟୋବର 13ରେ ଅର୍ମାସଙ୍କ ମୃତ୍ୟୁ ଘଟିଥିହା ନ୍ୟୁୟର୍କ ପୋଷ୍ଟରେ ପ୍ରକାଶ ପାଇଛି। ଗଣମାଧ୍ୟମ ଅନୁଯାୟୀ, ପ୍ରାୟ ଦୁଇ ବର୍ଷ ଧରି କର୍କଟ ରୋଗ ସହ ସଂଗ୍ରାମ କରୁଥିବା ଶେରିକାଙ୍କର ଏହି ରୋଗର ପ୍ରଗତିକୁ ରୋକିବା ପାଇଁ ଏକାଧିକ ଚିକିତ୍ସା କରାଯାଇଥିଲେ ମଧ୍ୟ ତାଙ୍କର ଦେହାନ୍ତ ହୋଇଛି।
ଶେରିକା ଡି ଆର୍ମାସ୍ 2015 ରେ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ଉରୁଗୁଏର ପ୍ରତିନିଧିତ୍ୱ କରିଥିଲେ | ତେବେ ସୂଚନା ମୁତାବକ, ଅର୍ମାସ ଗର୍ଭାଶୟ କର୍କଟରେ ପୀଡିତ ଥିଲେ। କେମୋଥେରାପି ଏବଂ ରେଡିଓଥେରାପି ଚିକିତ୍ସା ଚାଲିଥିବା ସତ୍ତ୍ୱେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁରେ ପରିବାର ବର୍ଗଙ୍କ ସମେତ ବିୟୁଟି ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀ ଏବଂ ମିସ୍ ୟୁନିଭର୍ସ ଉରୁଗୁଏ 2022 ଶୋକବାର୍ତ୍ତା ଜଣାଇଛନ୍ତି।
ଅର୍ମାସଙ୍କ ଭାଇ ସୋଶାଲ୍ ମିଡିଆରେ ଏକ କୋହଭରା ପୋଷ୍ଟ୍ ଶେଆର କରିଛନ୍ତି। ସେ ଲେଖିଛନ୍ତି, ଉଚ୍ଚକୁ ଉଡ, “ସାନ ଭଉଣୀ। ସବୁବେଳେ ସବୁଦିନ ପାଇଁ।” ମିସ୍ ୟୁନିଭର୍ସ ଉରୁଗୁଏ 2022 କାର୍ଲା ରୋମେରୋ ଦୁଃଖ ପ୍ରକାଶ କରି କହିଛନ୍ତି, “ମୁଁ ମୋ ଜୀବନରେ ଭେଟିଥିବା ଖୁବ୍ ସୁନ୍ଦର ମହିଳାମାନଙ୍କ ମଧ୍ୟରୁ ଜଣେ ଥିଲେ ଶେରିକା ଡି ଅର୍ମାସ୍। ତୁମକୁ ସବୁବେଳେ ମନେ ରଖିବି। ତମ ସମର୍ଥନ, ଭଲପାଇବା ସବୁକିଛି ମନେ ରହିବ।”