ଓଡ଼ିଆ ନ୍ୟୁଜ (ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଯାଇଛି ଔରା ସାଲୁନ ଏକାଡେମୀର ୩ ଦିନିଆ ହେୟାର କଟ୍ ଓ୍ବାର୍କସପ୍। ଏହି ୱାର୍କସପ ଟି ସମ୍ପୂର୍ଣ୍ଣ ଦେୟମୁକ୍ତ। ଯେକୌଣସି ବ୍ୟକ୍ତି ଏହି ୱାର୍କସପରେ ଅଂଶଗ୍ରହଣ କରିପାରିବେ। ଭୁବନେଶ୍ବର ଟଙ୍କପାଣି ରୋଡ଼ ସ୍ଥିତ ଏହି ଔରା ସାଲୁନ୍ ଏକାଡେମୀରେ ହେୟାର ଟ୍ରିଟମେଣ୍ଟ ଓ ମେକପ ଭଳି ଅନେକ ବିଭାଗ ରହିଥିଲେ ହେଁ ଚଳିତଥର ଏକାଡେମୀ ପକ୍ଷରୁ ହେୟାର କଟ ପାଇଁ ୱାର୍କସପର ଅୟୋଜନ କରାଯାଇଛି। ସବୁ ବର୍ଗର ଲୋକଙ୍କ ପାଇଁ ଏବେ ସେଲୁନ କିମ୍ବା ପାର୍ଲର ଦୈନନ୍ଦିନ ଜୀବନର ଏକ ଅଂଶବିଶେଷ ପାଲଟି ଯାଇଥିବା ବେଳେ ଏହି ୱାର୍କସପ୍ ଟି ଯୁବ ପିଢ଼ିଙ୍କ ପାଇଁ ବେଶ୍ ଉପାଦେୟ ହେବ। ଏଣୁ ଏହି ୱାର୍କସପରେ ଯୋଗଦେବାକୁ ସମସ୍ତଙ୍କ ଆହ୍ବାନ ଦେବା ସହ ଏହାର ସଫଳତା ନେଇ ବେଶ୍ ଆଶାବାଦୀ ଅଛନ୍ତି ସଂସ୍ଥାନର ସିଇଓ ବିଶ୍ବଜିତ ସାହୁ । ଏଥିରେ ଅଂଶ ଗ୍ରହଣ କରିଥିବା ସବୁ ଅଂଶଗ୍ରହଣକାରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯିବ। ଯଦି କେହି ଇଚ୍ଛୁକ ବ୍ୟକ୍ତି ୱାର୍କସପରେ ଅଂଶଗ୍ରହଣ କରିବାକୁ ଚାହୁଁଥିବେ 9124875062 ନମ୍ବର ଯୋଗାଯୋଗ କରି ରେଜିଷ୍ଟର କରିପାରିବେ।
ସୂଚନାଯୋଗ୍ୟ, ଔରା ସାଲୁନ ଏକାଡେମୀରେ ପାଖାପାଖି ୨୦ ଟି କୋର୍ସ ରହିଛି । ଯେଉଁଥିରେ ମାସକଠୁ ନେଇକି ୨ ବର୍ଷ ପର୍ଯ୍ୟନ୍ତି କୋର୍ସର ସୁବିଧା ରହିଛି । ସେଥିରେ ବ୍ରୋର୍ଡ ବି ୩ ଟା କାଟାଗୋରୀ ରହିଛି । ସ୍କିନ, ହେୟାର ଓ ମେକପ ଭଳି ଏହା ୩ ଟି କାଟାଗୋରିରେ ଅନ୍ତର୍ଭୂକ୍ତ । ଏଥିରେ ଚାକିରୀ ସୁଯୋଗ ମଧ୍ଯ ରହିଛି। ଯାହା ଇଣ୍ଟରନେସନାଲ କାଟାଗୋରୀ ସହ ସମାନ ।