ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆନନ୍ଦପୁର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ୭୦ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ସହ ସଚେତନତା ରଥ ଶୁଭାରମ୍ଭ | କେନ୍ଦୁଝର ବନ୍ୟପ୍ରାଣୀ ଆନନ୍ଦପୁର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ୭୦ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ସହ ସଚେତନତା ରଥ ଶୁଭାରମ୍ଭ ହୋଇଛି।
ପରେ ସଭାଗୃହ ଠାରେ ଜଙ୍ଗଳ ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ହାତୀମାନଙ୍କର ସୁରକ୍ଷା ଏବଂ ହାତୀ ମଣିଷ ବିବାଦର ଲଘୁକରଣ ନିମନ୍ତେ ଜନ ସହଭାଗିତା ପାଇଁ ଅନ୍ତଃ କମିଟି ବୈଠକ ଅନୁଷ୍ଟିତ ।
ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଆନନ୍ଦପୁର ଡ଼ିଏଫଓ ଅଭୟ କୁମାର ଦଲେଇ ଓ ବହୁ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ ।ଏହି ସଭାରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ , ସମିତି ସଭ୍ୟ,ଜିଲ୍ଲାପରିଷଦ ଓ ବୁଦ୍ଧିଜିବୀ ଉପସ୍ଥିତ ରହି ହାତୀ ମାନଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଛି।
Comments are closed.