ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ପଞ୍ଚାୟତ ସମିତି ବୈଠକ ଗୃହ ଠାରେ କଲ୍ୟାଣ ସିଂହପୁର ବ୍ଲକର ୧୪ ଗୋଟି ଗ୍ରାମ ପଞ୍ଚାୟତ ଠାରୁ ୨୨୦ ଜଣ ଉଭୟ ମହିଳା ଓ ପୁରୁଷ ଭୋତ୍ତ| ପ୍ରାପ୍ୟ ହିତାଧିକାରୀଙ୍କୁ ବିଷମକଟକ ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀ ନୀଳମାଧବ ହିକକା ମୋହଦୟ ଉପସ୍ଥିତ ରହି ଇନ୍ଦିରା ଗାନ୍ଧୀ ବାର୍ଦ୍ଧକ୍ୟ ଭୋତ୍ତ|
ବଣ୍ଟନ କରିଛନ୍ତି | ବିଧାୟକ ମାସିକ ୧୦୦୦ ଟଙ୍କା ହିସାବରେ ୩ ମାସର ୩୦୦୦ ଭୋତ୍ତ| ଟଙ୍କା ସହ ଭୋତ୍ତ| ପାସ୍ ବହି ପ୍ରଦାନ କରିଛନ୍ତି | ଏହି କାର୍ଯ୍ୟକ୍ରମକୁ କଲ୍ୟାଣ ସିଂହପୁର ବ୍ଲକ ତରଫରୁ ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ ପରିଚାଳନା କରିଥିବା ବେଳେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ବିଶ୍ୱଜିତ ସାମନ୍ତ ସିଂ, ସହଯୋଗ କରିଥିଲେ |
ଏଥିରେ କଲ୍ୟାଣ ସିଂହପୁର ରୁ କୋରାପୁଟ ସାଂସଦଙ୍କ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା,ବରିଷ୍ଟ କଂଗ୍ରେସ ନେତା ସି ଏଚ ନାଗେଶ୍ୱର ରାଓ,ଯୁବ ନେତା ପ୍ରଶାନ୍ତ ନନ୍ଦ କୌଶଲ୍ୟା, ଧାମୁଣିପଙ୍ଗା ପଞ୍ଚାୟତ ରୁ ଲଇଛନ କରକରିଆ, କୋଳନରା ବ୍ଲକରୁ ନିଘ କରକରିଆ ସମେତ ବ୍ଲକର ସମସ୍ତ କଂଗ୍ରେସ ନେତା ଓ କର୍ମି ଉପସ୍ଥିତ ରହିଥିଲେ |