ଚତୁର୍ଥ ସିଟ୍‌ ବିଜେପିକୁ ଯାଇପାରେ: ବାବୁ ସିଂ

0

ଓଡ଼ିଆ ନ୍ୟୁଜ୍: ରାଜ୍ୟସଭା ନିର୍ବାଚନକୁ ନେଇ ବିଧାୟକ ବାବୁ ସିଂଙ୍କ ବିସ୍ଫୋରକ ବୟାନ। ଗଣିତ ଦୃଷ୍ଟିରୁ ରାଜ୍ୟସଭାର ୨ଟି ସିଟ୍ ବିଜେପିର।ଗୋଟିଏ ସିଟ୍‌ ପାଇଁ ବିଜେଡି ପାଖରେ ସଂଖ୍ୟା ଅଛି।ଚତୁର୍ଥ ସିଟ୍‌ ବିଜେପିକୁ ଯାଇପାରେ କହିଲେ ବାବୁ ସିଂ।ଦରକାର ପଡ଼ିଲେ ସବୁ ସିଟ୍ ଯେ ବିଜେପିକୁ ନଯିବ ତାହା କହିହେବନି।ବିଜେଡି ସୁପ୍ରିମୋ ତାଙ୍କ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରୁଛନ୍ତି।ଦଳର ବିଧାୟକଙ୍କ ଉପରେ ତାଙ୍କର ଭରସା ନାହିଁ। ବିଶ୍ୱାସ ନଥିବାରୁ ତୃତୀୟ ସିଟ୍ ଯେ ବିଜେଡିର ହେବ ତାହା କହିହେବ।

ସେପଟେ ପିସିସି ସଭାପତି ଭକ୍ତ ଦାସ ଯେଉଁ କଥା କହିଛନ୍ତି, ରାଜ୍ୟସଭା ପାଇଁ କଂଗ୍ରେସ ପ୍ରାର୍ଥୀ ଦେବ, ସେ କଥା ଯଦି ସତ୍ୟ ହୋଇଥାଏ, ତେବେ ସେ ସମୀକରଣକୁ ଦେଖିଲେ ବିଜେପି ଚତୁର୍ଥ ଆସନ ପାଇଁ କମ୍ଫଟେବୁଲ ସ୍ଥିତିରେ ଅଛି । ଏହାକୁ ନେଇ ବିଜେପିର କେନ୍ଦ୍ରୀୟ ନେତୃତ୍ବ, ରାଜ୍ୟ ସଭାପତି, ବରିଷ୍ଠ ନେତା ଆଲୋଚନା କରି କିଏ ପ୍ରାର୍ଥୀ ହେବ, କେମିତି ଚତୁର୍ଥ ପ୍ରାର୍ଥୀ ବିଜୟୀ ହେବ, ସେ ଗଣିତ କଷି ଚତୁର୍ଥ ଆସନ ମଧ୍ୟ ଆମର ହୋଇପାରେ ବୋଲି ବାବୁ ସିଂହ କହିଛନ୍ତି ।ବିଜେଡି ସଭାପତିଙ୍କୁ ନେଇ ତାଙ୍କ ଦଳର ବିଧାୟକଙ୍କ କେତେ ଭରସା, ବିଜେଡି ବିଧାୟକ ମାନେ ହିଁ କହି ପାରିବେ । ଯେଉଁମାନେ ଏକ ମାସ ତଳେ ତାଙ୍କ ଦଳ ପାଇଁ ଗର୍ଜନ କରୁଥିଲେ, ତାଙ୍କୁ ସସ୍‌ପେଣ୍ଡ କରାଯାଇଛି । ସେ କଥା ତାଙ୍କ ଦଳର ନେତୃତ୍ୱ ଜାଣିପାରିଲେ ନା ତାଙ୍କ ସଭାପତି ନବୀନ ବାବୁ ସ୍ପଷ୍ଟ କରୁଛନ୍ତି ।

Leave A Reply

Your email address will not be published.