ଓଡ଼ିଆ ନ୍ୟୁଜ୍: ଆମିଷ ବିକ୍ରି କଟକଣା ହଟାଇଲେ କୋରା_ପୁଟ ଜିଲ୍ଲାପାଳ। ସୋସିଆଲ୍ ମିଡିଆରେ ସୂଚନା ଦେଲେ କୋରାପୁଟ ଜିଲ୍ଲାପାଳ। ଗଣତନ୍ତ୍ର ଦିବସରେ ଆମିଷ ବିକ୍ରି ଉପରେ ନିଷେଧ ଲଗାଇଥିଲେ। ସୁଚିନ୍ତିତ ଭାବେ ବିଚାର କରି ନିଷ୍ପତ୍ତିକୁ ରଦ୍ଦ କରାଯାଇଥିବା କହିଲେ ଜିଲ୍ଲାପାଳ। ଏକ ପୋଷ୍ଟରେ ଲେଖାଯାଇଛି, ୭୭ତମ ଗଣତନ୍ତ୍ର ଦିବସ–୨୦୨୬ ଉତ୍ସବ ଅବସରରେ କୋରାପୁଟ ଜିଲ୍ଲାରେ ମାଂସ, ଚିକେନ, ମାଛ, ଅଣ୍ଡା ଓ ଅନ୍ୟାନ୍ୟ ଆମିଷ ଖାଦ୍ୟ ସାମଗ୍ରୀ ବିକ୍ରୟ ଉପରେ ନିଷେଧ ସମ୍ପର୍କିତ ଜିଲ୍ଲାପାଳ କାର୍ଯ୍ୟାଳୟ ପତ୍ର ନଂ–୯୩, ତା.୨୩.୦୧.୨୦୨୬ର ସନ୍ଦର୍ଭରେ ଏହା ଜଣାଯାଉଛି ଯେ, ଉକ୍ତ ନିର୍ଦ୍ଦେଶ ଜିଲ୍ଲା ସ୍ତରୀୟ ଗଣତନ୍ତ୍ର ଦିବସ ପ୍ରସ୍ତୁତି କମିଟିର ସୁପାରିଶ ଆଧାରରେ ଜାରି କରାଯାଇଥିଲା।ବର୍ତ୍ତମାନ ସମଗ୍ର ପରିସ୍ଥିତିକୁ ସୁଚିନ୍ତିତ ଭାବେ ବିଚାର କରି, ପୂର୍ବୋକ୍ତ କଲେକ୍ଟରେଟ ପତ୍ର ନଂ–୯୩, ତା. ୨୩.୦୧.୨୦୨୬କୁ ତତକ୍ଷଣାତ୍ ପ୍ରଭାବରେ ରଦ୍ଦ କରାଯାଉଛି ।