ଓଡ଼ିଆ ନ୍ୟୁଜ୍:ଘୋଷଣା ହେଲା ରାଷ୍ଟ୍ରପତି ପୋଲିସ ସେବା ପଦକ।ମୋଟ୍ ୩୧ ଜଣ ରାଷ୍ଟ୍ରପତି ପୋଲିସ ସେବା ପଦକରେ ସମ୍ମାନିତ ହେବେ। ଓଡ଼ିଶାରୁ ଜଣେ CBI ଅଧିକାରୀ ସମ୍ମାନିତ ହେବେ। ଉଲ୍ଲେଖନୀୟ ସେବା ପାଇଁ CBI ଏଏସ୍ପି ବୈଦ୍ୟନାଥ ସାମଲଙ୍କୁ ମିଳିବ ପଦକ।
ସେପଟ ସାହସିକତା ପାଇଁ ଓଡ଼ିଶାରୁ ୪ ଜଣ ପାଇବେ ପୋଲିସ ପଦକ । ଘୋଷଣା ହୋଇଛି ପୋଲିସ ସେବା ପଦକ । DSP ଅତୁଲ କ୍ରିଷ୍ଣା ଦାସ, ASI ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପାଇବେ ସାହସିକତା ପଦକ । ୨ କନଷ୍ଟେବଲ ଘନଶ୍ୟାମ ସାହୁ ଓ ଥବିର ମାଝୀ ପାଇବେ ସାହସିକତା ପଦକ । ବିଶିଷ୍ଟ ସେବା ପାଇଁ ଓଡ଼ିଶାରୁ ୨ ଜଣଙ୍କୁ ମିଳିବ ପଦକ । ADG ପ୍ରତୀକ ମହାନ୍ତି, DCP ପ୍ରଫୁଲ୍ଲ ସିଂଙ୍କୁ ମିଳିବ ବିଶିଷ୍ଟ ସେବା ପଦକ ।
ସେହିଭଳି ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ମିଳିବ ପଦକ । IG ସାର୍ଥକ ଷଡ଼ଙ୍ଗୀ, କମାଣ୍ଡାଣ୍ଟ ଶ୍ରୀପ୍ରସାଦ ତମାଙ୍ଗ, ASP ଶୁଭନାରାୟଣ ମୁଦୁଲି, DSP ପ୍ରଦୀପ କୁମାର, ପ୍ରଣିତା କୁମାରୀ ରାୟ, କମାଣ୍ଡାଣ୍ଟ ଅଶୋକ ମହାନ୍ତି ପାଇବେ ପଦକ ।