ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଉତ୍ତରପ୍ରଦେଶ, ପଞ୍ଜାବ ସମେତ ପାଞ୍ଚଟି ରାଜ୍ୟରେ ଚାଲିଥିବା ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। ଯେଉଁଥିପାଇଁ ଶନିବାର ଦିନ ନିର୍ବାଚନ ଆୟୋଗ ଚାରୋଟି ରାଜ୍ୟରେ ଉପ-ନିର୍ବାଚନ ଘୋଷଣା କରିଛନ୍ତି। ଯେଉଁଥିରେ ଆସାନସୋଲ ସଂସଦୀୟ ନିର୍ବାଚନମଣ୍ଡଳୀ ଏବଂ ପଶ୍ଚିମବଙ୍ଗର ବାଲିଗୁଙ୍ଗ ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଟିଏମସି ରବିବାର ଦିନ ପ୍ରାର୍ଥୀ ଘୋଷଣା କରିଛି। ଏଥିସହ ତାଙ୍କ ଦଳ ଉଭୟ ଆସନରେ ଉପ-ନିର୍ବାଚନରେ ଜିତିବ ବୋଲି ସେ ଦାବି କରିଛନ୍ତି।
ମମତା ବାନାର୍ଜୀ ଟୁଇଟ୍ କରି ଲେଖିଛନ୍ତି ଯେ, ତୃଣମୂଳ କଂଗ୍ରେସ ତରଫରୁ ଆସାନସୋଲରୁ ଲୋକସଭା ଉପ-ନିର୍ବାଚନରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ପ୍ରସିଦ୍ଧ ଅଭିନେତା ଶତୃଘ୍ନ ସିହ୍ନା ଆମର ପ୍ରାର୍ଥୀ ହେବେ ବୋଲି ଘୋଷଣା କରି ଖୁସି ବ୍ୟକ୍ତ କରିଛନ୍ତି। ଏହା ବ୍ୟତୀତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ପ୍ରସିଦ୍ଧ ଗାୟକ ବାବୁଲ ସୁପ୍ରିଓ ବାଲିଗଞ୍ଜରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ମମତା ଲେଖିଛନ୍ତି ।
ନାମାଙ୍କନ ପାଇଁ ଶେଷ ତାରିଖ – 24 ମାର୍ଚ୍ଚ 2022
ନାମାଙ୍କନ ପ୍ରତ୍ୟାହାର ପାଇଁ ଶେଷ ତାରିଖ – 28 ମାର୍ଚ୍ଚ 2022 ମତଦାନ ତାରିଖ – 12 ଏପ୍ରିଲ 2022
ଭୋଟ ଗଣନା ତାରିଖ- 16 ଏପ୍ରିଲ 2022