୩୭ ସେକେଣ୍ଡର ଭିଡିଓ ଜାରି କରି ଓଡିଶାବିସୀଙ୍କୁ ଭୁଲ ମାଗିଲେ ବାବୁସାନ, କାରଣ କଣ ଜାଣନ୍ତୁ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଓଡିଶାବିସୀଙ୍କୁ ଭୁଲ ମାଗିଲେ ବାବୁସାନ। ୩୭ ସେକେଣ୍ଡ ର ଭିଡିଓ ଜାରି କରି କହିଲେ ଯେ କିଛି ଦିନ ତଳେ ହୋଇଥିବା ଘଟଣାରେ ମୁଁ ସମସ୍ତ ଓଡିଶାବାସୀଙ୍କୁ ଭୁଲ ମାଗୁଛି। ଏହାସହ ମୋ ପତ୍ନୀ ତୃପ୍ତି ଓ ଶଶ୍ବର ଲଲିତ ଶତପଥୀ ଙ୍କୁ ମଧ ଭୁଲ ମାଗି ଏମିତି ଭୁଲ ଆଉ କେବେ ହେବନି ବୋଲି କହିଲେ। ଏପରିକି ମୋ ପତ୍ନୀ ଓ ଶ୍ବଶୁରଙ୍କ ନାରେ ଏକ କେସ ହୋଇଥିଲା। ଯେଉଁଥିପାଇଁ ସେମାନେ ବହୁତ କଷ୍ଟ ପାଇଲେ। ଏଭଳି ଭୁଲ ଆଉ କେବେ ହେବ ନାହିଁ ମୁଁ ପ୍ରତିଶ୍ରୁତି ଦେଉଛି ସବୁବେଳେ ମୋ ପତ୍ନୀ ଓ ତାଙ୍କ ପରିବାର ର କିଛି କ୍ଷତି ହେବାକୁ ଦେବିନି ବୋଲି କହିଛନ୍ତି ବାବୁସାନ।ତେବେ ଜୁଲାଇ ମାସ ୨୩ ଦିନ ସକାଳେ ପ୍ରକୃତି ବାବୁସାନ ଓ ତୃପ୍ତିଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା ।

ଯେଉଁଥିରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ବାବୁଶାନଙ୍କୁ ପତ୍ନୀ ତୃପ୍ତି ଏକାଠି ଏକ କାରରେ ଯାଉଥିବା ସମୟରେ ଅଟକାଇଥିଲେ ଓ ଉଭୟଙ୍କୁ ଗାଳିଦେବା ସହ ପ୍ରକୃତିଙ୍କୁ ଠେଲିବା ସହ ଚୁଟି ମଧ୍ୟ ଝିଙ୍କି ଥିଲେ ।କାରଣ ପ୍ରକୃତିଙ୍କ ପାଇଁ ତାଙ୍କ ପାରିବାରିକ ସମ୍ପର୍କ ଖରାପ ହୋଇଥିଲା । ତେଣୁ ସେ ତାଙ୍କଠୁ ଦୁରେଇ ରହିବ ପାଇଁ ଏଭଳି କରିଥିଲେ । ଯାହାର ଭିଡିଓ ବେଶ ଭାଇରାଲ ହୋଇଥିଲା।ଏହାଦ୍ବାରା ବାବୁସାନ ପତ୍ନୀ ଓ ପ୍ରକୃତିଙ୍କ କଳି ପଦାରେ ପଡିଥିଲା। ଏହି ଘଟଣା ବେଶ କିଛିଦିନ ଖବରର ଶିରୋନାମା ପାଲଟିଥିବା ବେଳେ ଷ୍ଟାର କଳି ଦାଣ୍ଡରେ ପଡି ହାତରେ ଗଡିଥିଲା ।ଆଉ ଏହାକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଓ ସମାଲୋଚନା ମଧ୍ୟ ହୋଇଥିଲା ।ଯେଉଁଥିରେ ପତ୍ନୀଙ୍କ ସମେତ ତାଙ୍କ ପରିବାରର ସମ୍ମାନ ବି ହାନି ହୋଇଥିଲା । ଏହାକୁ ନେଇ ଏଯାବତ୍ ପତ୍ନୀ ଓ ପୁଅ ତାଙ୍କ ପାଖକୁ ଫେରିନଥିବା ବେଳେ ନିଜର ସୌଜନତା ଦେଖାଇ ବାବୁସାନ ଏହି ଭିଡିଓ ଜାରି କରିଥିବା ଅନୁମାନ କରାଯାଉଛି।

Leave A Reply

Your email address will not be published.