ଚିକିତ୍ସାଧୀନ ଅବସ୍ଥାରେ ଛୁଆ ହାତୀର ମୃତ୍ୟୁ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଗତକାଲି ବନବିଭାଗ କରଞ୍ଜିଆ ଜାମୁତି ମୁଣ୍ଡାସାହିରୁ ଉଦ୍ଧାର କରି ଚିକିତ୍ସା କରୁଥିବା ଅବସ୍ଥାରେ ଅସୁସ୍ଥ ଛୁଆ ହାତୀଟିର ମୃତ୍ୟୁ ହୋଇଛି। ଚିକିତ୍ସା କରୁଥିଲା । ତେବେ ଆଜି ହାତୀଟିର ମୃତ୍ୟୁ ହୋଇଛି। ସୋମବାର ବିଳମ୍ବିତ ରାତିରେ ୨୨ଟିକିଆ ଝାରଖଣ୍ଡୀ ହାତୀପଲ ପାର୍ବତୀପୁର ସଂରକ୍ଷିତ ଜଙ୍ଗଲରୁ ଝାରଖଣ୍ଡକୁ ଫେରୁଥିବା ବେଳେ ନିଜ ଅସୁସ୍ଥ ହାତୀଛୁଆ ଟିକୁ ଜାମୁତି ମୁଣ୍ଡାସାହି ନିକଟରେ ଛାଡି ପଳାଇଥିଲା ମା ହାତୀ । ଛୋଟ ହାତୀଟି ମା କୁ ହରାଇ ଆଖିରୁ ଲୁହ ଗଡାଉଥିବା ବେଳେ ତାକୁ ଜଗି ରହିଥିଲେ ସ୍ଥାନୀୟ ଲୋକ । ଖବର ପାଇ ପଶୁ ଡାକ୍ତର ପହଞ୍ଚି ଅସୁସ୍ଥ ହାତୀ ଛୁଆଟିର ଚିକିତ୍ସା କରୁଥିଲେ । ପ୍ରାୟ ମାସେ ହେବ ଏକ ୨୨ଟିକିଆ ଝାଡ଼ଖଣ୍ଡି ହାତୀପଲ ଆସି କରଞ୍ଜିଆ ଅଞ୍ଚଳରେ ଉତ୍ପାତ କରୁଥିଲେ।

ହାତୀଙ୍କ ଉତ୍ପାତ ଅସହ୍ୟ ହେବାରୁ ଗତ ୧୫ ତାରିଖରେ ଦୁଧିଆଣି ରେଞ୍ଜର ଡୁମୁରିଆ ଅଞ୍ଚଳରେ କିଛି ଲୋକ ହାତୀଙ୍କ ଉପରକୁ ନିଆଁ ହୁଳା ଥିବା ମାଡ଼ କରିଥିଲେ। ଉକ୍ତ ସମୟରେ ହାତୀ ପଲରେ ଏହି ଛୋଟ ହାତୀ ବି ଥିବା ଜଣାଯାଇଛି। ହାତୀଟିର ଶରୀରର ବିଭିନ୍ନ ସ୍ଥାନରେ ନିଆଁ ହୁଲା ଛିଟିକି ପଡ଼ିବାରୁ ଚିହ୍ନ ହୋଇଥିବା ଦେଖିବାକୁ ମିଳିଥିଲା। ଉପଯୁକ୍ତ ଚିକିତ୍ସା ଅଭାବରୁ ତାହା କ୍ରମଶଃ ‍ବଢ଼ିବାକୁ ଲାଗୁଥିବା ବେଳେ ହାତୀଟି ଅସୁସ୍ଥତା ହେତୁ ଅଧିକ ବାଟ ଚାଲି ପାରୁ ନ ଥିଲା। ତେବେ ଖବର ପାଇ ବନ କର୍ମଚାରୀ ପହଞ୍ଚି ତାକୁ ନିକଟସ୍ଥ ଅଙ୍ଗନଓୱାଡି କେନ୍ଦ୍ରରେ ରଖି ଚିକିତ୍ସା କରୁଥିବା ବେଳେ ଆଜି ତାର ମୃତ୍ୟୁ ହୋଇଛି।

Leave A Reply

Your email address will not be published.