ଡ଼ାକ୍ତରଖାନାରୁ ଶିଶୁ ପୁତ୍ର ନିଖୋଜ, ଥାନାର ଦ୍ୱାରସ୍ଥ ହେଲେ ପରିବାର

0

ନୟାଗଡ ଜିଲ୍ଲା ମୁଖ୍ୟ ହସ୍ପିଟାଲରୁ ନବଜାତ ଶିଶୁ ପୁତ୍ର ନିଖୋଜ ହୋଇଥିବା । ନିଖୋଜ ଶିଶୁ ପୁତ୍ରକୁ ନପାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକେ। ଇଟାମାଟି ଥାନା ନୋତର ଗାଁର ରବି ସ୍ୱାଇଁ ତାଙ୍କ ପତ୍ନୀଙ୍କୁ ପ୍ରସବ ପାଇଁ ନୟାଗଡ  ହସ୍ପିଟାଲକୁ ନେଇ ଆସିଥିଲେ । ତାଙ୍କର ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ଜନ୍ମପରେ କାର୍ଯ୍ୟରତ ଆଶା ଦିଦି ଓ ନର୍ସ ତାଙ୍କ ପୁଅକୁ ଟିକା ଖୁଆଇବା ପାଇଁ କହି କୁଆଡେ ନେଇଯାଇ ଥିବା ଅଭିଯୋଗ କରିଛନ୍ତି ପରିବାର ।ନୟାଗଡ ପୋଲିସ ନିଖୋଜ ଶିଶୁ ପୁତ୍ରର ବାପା ଓ ମାଙ୍କୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏନେଇ କୌଣସି ଅଭିଯୋଗ ଆସିନାହିଁ ବୋଲି ନୟାଗଡ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କହିଥିଲେ । ଏହି ଘଟଣାର ତଦନ୍ତ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏବେ ବି ଶିଶୁ ପୁତ୍ରର କୌଣସି ସନ୍ଧାନ ମିଳିନଥିବା ଜଣାପଡିଛି।

Leave A Reply

Your email address will not be published.