ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କଣ୍ଟାବଲ୍ହବ ପୁର ଗ୍ରାମର ଜଣେ ମହିଳା ଦୀର୍ଘ ପାଞ୍ଚ ଦିନ ହେବ ଅଲଟ୍ରା ସାଉଣ୍ଡ ପାଇଁ ଜିଲ୍ଲା ଚିକିତ୍ସାଳୟ କୁ ଯାଇ ବିନା ଅଲ୍ଟ୍ରାସାଉଣ୍ଡ ହୋଇ ଫେରୁଥିବା କୁ ନେଇ ଜିଲ୍ଲା ଚିକିତ୍ସାଳୟରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯେତେବେଳେ ରାଜ୍ୟ ସରକାରଙ୍କ ଘୋଷଣା ହେଉଛି ଜିଲ୍ଲାମୁଖ୍ୟ ଚିକିତ୍ସାଳୟ କୁ ଏକ ନମ୍ବର କରିବାପାଇଁ ।
କିନ୍ତୁ ଅନ୍ୟପକ୍ଷରେ ଜିଲ୍ଲା ଚିକିତ୍ସାଳୟରେ ଡ଼କ୍ଟର ମାଳମାଳ ଥିବା ବେଳେ କର୍ମଚାରୀ ଅଭାବ । ଯାହାପାଇ ରୋଗି ଚିକିତ୍ସିତପାଇଁ ଆସି ଫେରୁଛନ୍ତି।କେତେବେଳେ ଡକ୍ଟର ଥାଇ ମଧ୍ୟ ଚିକିତ୍ସା ଅବହେଳା ଯୋଗୁ କଟକ ଫେରି ଯାଉଛି ତ ଆଉ କେବେ ଝାଡା ପେଟ କାମୁଡା ହେଲେ ରୋଗ ଜାଣି ନ ପାରି କଟକ ସ୍ଥାନାନ୍ତର କରୁଛନ୍ତି । ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।ଏଭଳି ସ୍ତରରେ ରାଜ୍ୟ ସରକାରଙ୍କ ଘୋଷଣା କୁ ନେଇ ଜଗତସିଂହପୁର ର ଜନ ସାଧାରଣ ଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ତେବେ ସୂଚନା ମୁତାବକ, କଣ୍ଟାବଲ୍ହବ ପୁର ଗ୍ରାମର ଜଣେ ମହିଳା ଦିର୍ଘ 10 କିଲୋମିଟର ପାଦରେ ଚାଲି ଚାଲି ଜିଲ୍ଲା ଚିକିତ୍ସାଳୟ କୁ ଆସି ଚିକିତ୍ସିତ ନ ହୋଇ ଫେରିବା କୁ ନେଇ ଚଞ୍ଚଲ୍ୟ ସୃଷ୍ଟି କରିଛି ।