ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଆଜି ବି ମଣିଷ ପଣିଆ ବଞ୍ଚିଛି । ତିନି ବନ୍ଧୁଙ୍କ ପାଇଁ ଜଣେ ପାଇଲେ ନୂଆ ଜୀବନ । ତେବେ ସୂଚନା ମୁତାବକ, ମାଉସୀ ଟିଏ ଚାଲି ଚାଲି ଆସୁଥାଏ। ହଟାଥ୍ କଣ ହେଲା କେଜାଣି ଏରସମା ବ୍ଲକ ଅଧିନ ସରବା ଛକ ନିକଟରେ ତଳେ ପଡ଼ିଗଲେ ।
ଠିକ୍ ସେହି ସମୟରେ ସେହି ବାଟଦେଇ ଆସୁଥିଲେ ତିନିବନ୍ଧୁ ବିକ୍ରମ ଦଳାଇ, କିଶୋର ବାରିକ୍, ଆଶିଷ ପରିଡ଼ା, ନିସ୍ତବ୍ଧ ଅବସ୍ଥାରେ ଖରାରେ ରାସ୍ତାରେ ପଡ଼ିରହିିଥିବା ବୁଢୀ ମାଉସୀ ଟିକୁ ଦେଖିବା କ୍ଷଣି ନିଜ ଜିବନକୁ ବାଜି ଲଗାଇ ଲାଗିପଡିଥିଲେ ବୁଢ଼ୀ ମାଉସୀ ଟି ର ସେବାରେ। କିଏ ପାଣି ଟୋପେ ମାଉସୀ ପାଟିରେ ଦେଉଥାଏ ତ କିଏ କିଛି ଖାଦ୍ୟ ଦେଉଥାଏ, ଆଉ କିଏ ମୁଣ୍ଡରେ ପାଣି ଢାଳି ଥାପି ଦେଉଥାଏ । ସତେ ଯେମିତି ନିଜପରିବାର ର କେହି ଜଣେ ଆତ୍ମୀୟ ପରିବାରର ସଦସ୍ୟ।
ଏହି ତିନି ବନ୍ଧୁ ପାଇଁ ବୁଢ଼ୀ ମାଉସୀ ମା ର ଜୀବନ ଟି ବଞ୍ଚି ଯାଇଛି। ସତ ହେଲେ ଏହା ସମାଜକୁ ମଧ୍ୟ ସେବା ହିଁ ଜୀବନ, ଆଉ ସେବାରେ ପ୍ରକୃତ ଶାନ୍ତି ରହିଛି ବୋଲି ଏକ ଶିକ୍ଷା ଦେଇଛନ୍ତି ଏହି ତିନି ବନ୍ଧୁ।ଏଭଳି କରି ଜଗତସିଂହପୁରଜିଲ୍ଲାରେ ଏହି ତିନି ବନ୍ଧୁ ନିଜର ଏକ ମାଇଲ ଖୁଣ୍ଟ ଠିଆ କରିଛନ୍ତି ।ଜାହାକୁ ନେଇ ଏରସମା ବ୍ଲକରେ ଚର୍ଚ୍ଚା ଜୋର ଧରିଛି ।