ମେ ୧ ରୁ ପଛୁଆ ବର୍ଗ ସର୍ଭେ, କେମିତି ଆବେଦନ କରିବେ ଜାଣନ୍ତୁ…

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ମେ ୧ରୁ ଆରମ୍ଭ ହେବାକୁ ଯାଉଛି  ପଛୁଆ ବର୍ଗ ସର୍ଭେ। ତେବେ ସର୍ଭେ ମେ ୧ରୁ ଆରମ୍ଭ ହୋଇ ୨୦ରେ ସରିବାକୁ ଥିବାବା ବେଳେ ମେ ୨୦ରୁ ୨୭ ସ୍ପେସାଲ ଡ୍ରାଇଭ ସରିବ। ଉଭୟ ଅନଲାଇନ ଏବଂ ଅଫଲାଇନରେ ସର୍ଭେ ହେବ। ଅନଲାଇନରେ ଜଣେ ବ୍ୟକ୍ତି ଓଏସସିବିସି ବା ଓବିସି କମିଶନଙ୍କ ୱେବସାଇଟକୁ ଯାଇ ସମସ୍ତ ତଥ୍ୟ ଦେଇ ଆବେଦନ କରିପାରିବେ। ଏବଂ ଅଫଲାଇନ ସର୍ଭେ ପାଇଁ ଗାଁ ଏବଂ ୱାର୍ଡ଼ରେ ଖୋଲିବ ଏନୁମରେଟର ସେଣ୍ଟର। ଗାଁ ଅଙ୍ଗନୱାଡ଼ି କିମ୍ବା ସ୍କୁଲ ଘରେ ଖୋଲିବ ଏହି ସେଣ୍ଟର। ଅଫଲାଇନ ସର୍ଭେରେ ଏନୁମରେଟର ଭାବେ ନିୟୋଜିତ ହେବେ ଅଙ୍ଗନୱାଡ଼ି କର୍ମୀ ଆଉ ଶିକ୍ଷକ। ଆଇସିଡିଏସ୍ ସୁପରଭାଇଜର ଏବଂ ବ୍ଳକ୍ ଲେବଲ୍ ଏକ୍ସଟନସନ୍ ଅଫିସରଙ୍କୁ ସୁପରଭାଇଜର ଭାବେ ନିୟୋଜିତ କରାଯିବ । ପରିବାର ମୁଖ୍ୟ କିମ୍ବା ସଦସ୍ୟ ଏନୁମରେଟର ସେଣ୍ଟରକୁ ଯାଇ ପରିବାରର ସମସ୍ତ ସଦସ୍ୟ ତଥ୍ୟ ଦେଇ ପଞ୍ଜୀକରଣ କରିବେ।

ପଞ୍ଜୀକରଣ ପାଇଁ ଆଧାର, ଭୋଟର କାର୍ଡ, ପାନ କାର୍ଡ କିମ୍ଭା ପାସପୋର୍ଟକୁ ଦେଖାଇ ପାରିବେ। ନିଜସ୍ଵ ଘୋଷଣା ମୁତାଵକ ସମସ୍ତ ତଥ୍ୟ ରଖିବେ ଏନୁମିରେଟର । ଏହା ସହ ଜଣେ ସାକ୍ଷୀ ମଧ୍ୟ ରହିବ। ପ୍ରତ୍ୟେକା ଜିଲ୍ଳା ଏବଂ ମ୍ୟୁନିସିପାଲିଟି ଅନୁସାରେ ସେଣ୍ଟର ଖୋଲାଯିବ। ପୂର୍ବାହ୍ନ ୧୦ଟା ଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲାରହିବ ସମସ୍ତ କେନ୍ଦ୍ର। ଭୁବନେଶ୍ୱରରେ ମୋଟ ୧୦୧ଟି କେନ୍ଦ୍ରରେ ହେବ ସର୍ଭେ କାର୍ଯ୍ୟ। ମୋଟ ୨୦୮ ପ୍ରକାର ବର୍ଗଙ୍କୁ ପଛୁଆ ବର୍ଗ ଭାବେ ସର୍ଭେରେ ସ୍ଥାନ ଦିଆଯିବ। ସେମାନଙ୍କର ତାଲିକା କମିଶନଙ୍କ ୱେବସାଇଡ଼ରେ ପ୍ରକାଶ କରାଯିବା ସହ ସେଣ୍ଟରରେ ମଧ୍ୟ ଲଗାଯିବ। ଉଭୟ ସର୍ଭେ ମେ ୧ରୁ ଆରମ୍ଭ ହେବ। ଅଫଲାଇନ ସର୍ଭେ ପାଇଁ ଆଜି ସହରାଞ୍ଚଳରେ ମାଷ୍ଟର ଟ୍ରେନର ମାନଙ୍କର ତାଲିମ ସରିଛି। ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଏମାନେ ଏନୁମରେଟର ଏବଂ ସୁପରଭାଇଜରଙ୍କୁ ୬ରୁ ୧୩ ତାରିଖ ଭିତରେ ପ୍ରଥମ ପର୍ଯ୍ୟାୟ ତାଲିମ ଏବଂ ୧୮ରୁ ୨୪ ମଧ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ତାଲିମ ପରେ ମିଳିବ ଏନୁମରେଟର କିଟ୍।

ପ୍ରଚଳିତ ସଂରକ୍ଷଣ ବ୍ୟବସ୍ଥା ଅନୁସାରେ ରାଜ୍ୟରେ ଏବେ ମାତ୍ର ୧୧.୨୫ ପ୍ରତିଶତ ସଂରକ୍ଷଣ ସୁବିଧା ପଛୁଆବର୍ଗଙ୍କୁ ମିଳୁଛି। ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ସ ଅନୁସାରେ ରାଜ୍ୟ ସରକାର ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା ଦେଇପାରୁ ନାହାନ୍ତି । ତେବେ ଓବିସି ବର୍ଗର ଜନସଂଖ୍ୟାକୁ ବିଚାରକୁ ନେଲେ ସେମାନଙ୍କୁ କମ୍ ସଂରକ୍ଷଣ ମିଳୁଛି, ଯାହାକୁ ବଢ଼ାଇବାକୁ ରାଜ୍ୟ ସରକାର ଚାହୁଁଛନ୍ତି । ରାଜ୍ୟରେ ପଛୁଆବର୍ଗଙ୍କ ଗଣନା କରିବାକୁ କ୍ୟାବିନେଟରେ ସଂକଳ୍ପ ପାରିତ ହୋଇଥିଲା ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ତେବେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ହଠାତ୍ ଏଭଳି ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ବି ଜୋର ଧରିଛି। ସେପଟେ ଡ଼ୋର୍ ଟୁ ଡ଼ୋର ସର୍ଭେ ମାଧ୍ୟମରେ ରାଜ୍ୟରେ ପଛୁଆବର୍ଗଙ୍କ ଗଣନା ହେଉ ବୋଲି ଦାବି ହୋଇଛି । ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ଦାବି ରଖିଛି ବିଜେପି ଓବିସି ମୋର୍ଚ୍ଚା । ଦଳ କହିଛି ଏହା କୌଣସି ଯୋଜନା ନୁହେଁ, ରାଜ୍ୟର ୫୪ ପ୍ରତିଶତ ଲୋକଙ୍କ ଆନୁପାତିକ ପ୍ରତିଶତ ନିର୍ଦ୍ଧାରଣ ଲକ୍ଷ୍ୟ । ବହୁ ବିଳମ୍ବରେ ସରକାର ପଛୁଆବର୍ଗଙ୍କ ସର୍ଭେ ପାଇଁ ବିଜ୍ଞାପନ ଦେଇଛନ୍ତି । ଅନଲାଇନ୍ ଓ ଅଫଲାଇନରେ ଓବିସି ଆବେଦନ କରିବାକୁ କୁହାଯାଇଛି ।

Leave A Reply

Your email address will not be published.